କରୋନା ଚତୁର୍ଥ ଲହର: ରେଳ ଷ୍ଟେସନ ଓ ବିମାନ ବନ୍ଦରରେ ନଜର ରଖିବାକୁ ନିର୍ଦ୍ଦେଶ ଦେଲେ ସରକାର

IAS Coaching

News18 Odia Digital

ଭୁବନେଶ୍ୱର: ଦେଶର ବିଭିନ୍ନ ରାଜ୍ୟରେ ଜାରି ରହିଛି କରୋନାର ୪ର୍ଥ ଲହର । ଦିଲ୍ଲୀ ପରେ ଗୁଜରାଟ, ରାଜସ୍ଥାନ, ମହାରାଷ୍ଟ୍ର, ୟୁପି, କେରଳ ଓ ମଧ୍ୟପ୍ରଦେଶ ଭଳି ରାଜ୍ୟରେ ବଢ଼ିବାରେ ଲାଗିଛି ଦୈନିକ ସଂକ୍ରମଣ । ରାଜ୍ୟରେ ସଂକ୍ରମଣ ସ୍ଥିତି ସମ୍ପୂର୍ଣ୍ଣ ନିୟନ୍ତ୍ରଣରେ । ତଥାପି ୪ର୍ଥ ଲହରକୁ ଦୃଷ୍ଟିରେ ରଖି ସରକାର ନେଇଛନ୍ତି ଆଗୁଆ ତଥା ସତର୍କତାମୂଳକ ପଦକ୍ଷେପ । ସଂକ୍ରମିତ ରାଜ୍ୟରୁ ଆସୁଥିବା ଯାତ୍ରୀଙ୍କ ଉପରେ ଉଭୟ ରେଳଷ୍ଟେସନ ଓ ବିମାନବନ୍ଦରରେ ନଜର ରଖିବାକୁ ନିର୍ଦ୍ଦେଶ ଦିଆଯାଇଛି ।

ରାଜ୍ୟରେ କରୋନା ସଂକ୍ରମଣ ସ୍ଥିତି ନିୟନ୍ତ୍ରଣରେ। ରାଜ୍ୟରେ ମୋଟ ସକ୍ରିୟ ମାମଲା ୯୯ ଥିବା ବେଳେ ଗତ ୨୪ ଘଣ୍ଟା ଭିତରେ ଚିହ୍ନଟ ହୋଇଛନ୍ତି ମାତ୍ର ୧୮ଜଣ ନୂଆ ସଂକ୍ରମିତ। ତଥାପି ଦେଶର ବିଭିନ୍ନ ସ୍ଥାନରେ ଜାରି ରହିଥିବା ୪ର୍ଥ ଲହରକୁ ନେଇ ସତର୍କ ଓ ସଚେତନ ରହିବାକୁ ହେବ । ପ୍ରଥମ ଓ ଦ୍ବିତୀୟ ଲହରରେ ପ୍ରବାସୀ ଚିନ୍ତା ବଢ଼ାଇଥିଲେ । ଏବେ ପୁଣି ଦିଲ୍ଲୀ, କେରଳ, ଗୁଜରାଟ ଓ ମହାରାଷ୍ଟ୍ର ଭଳି ରାଜ୍ୟରେ ସଂକ୍ରମଣ ବଢୁଛି । ଯାହା ଆମ ରାଜ୍ୟ ପାଇଁ ଚିନ୍ତାର କାରଣ । ଇତି ମଧ୍ୟରେ ପୁଣି ଚିହ୍ନଟ ହେଲାଣି ଓମିକ୍ରନ୍ର BA ଓ XE ଭଳି ଦୁଇ ଦୁଇଟି ନୂଆ ମ୍ୟୁଟାଣ୍ଟ । ଏଣୁ ପ୍ରବାସୀଙ୍କ ଉପରେ ନଜର ରଖିବା ସହିତ କୋଭିଡ଼ ନିୟମକୁ ଅନୁପାଳନ କରିବାକୁ ହେବ ବୋଲି ପରାମର୍ଶ ଦେଇଛନ୍ତି ସ୍ବାସ୍ଥ୍ୟ ବିଶେଷଜ୍ଞ।

ସେପଟେ ରାଜ୍ୟ ସରକାର ନେଇଛନ୍ତି ଆଗୁଆ ତଥା ସତର୍କତାମୂଳକ ପଦକ୍ଷେପ । ସ୍ବାସ୍ଥ୍ୟ ବିଭାଗ ପକ୍ଷରୁ ବିଭିନ୍ନ ବିଭାଗ ମଧ୍ୟରେ ସମନ୍ବୟ ରକ୍ଷା କରିବା ସହିତ ନିର୍ଦ୍ଦେଶନାମା ଜାରି କରିଛନ୍ତି। ସଂକ୍ରମିତ ରାଜ୍ୟଗୁଡିକରୁ ଆସୁଥିବା ଯାତ୍ରୀଙ୍କ ଉପରେ ଉଭୟ ବିମାନବନ୍ଦର ଓ ରେଳଷ୍ଟେସନରେ ସ୍ବତନ୍ତ୍ର ନଜର ରଖିବାକୁ କୁହାଯାଇଛି। ଅପରପକ୍ଷେ ସ୍ଥିତିକୁ ନଜରରେ ରଖି ବେସାମରିକ ବିମାନ ଚଳାଚଳ ମନ୍ତ୍ରାଳୟ ପକ୍ଷରୁ ଜାରି ହୋଇଛି ଅନୁରୁପ ନିର୍ଦ୍ଦେଶନାମା। ବିମାନବନ୍ଦରରେ ସମସ୍ତ ଯାତ୍ରୀ, କର୍ମଚାରୀ ଓ ସୁରକ୍ଷା କର୍ମୀଙ୍କ ପାଇଁ ମାସ୍କ ବାଧ୍ୟତାମୂଳକ କରାଯାଇଛି । ରେଳେଷ୍ଟସନରେ ମଧ୍ୟ ଡାକବାଜି ଯନ୍ତ୍ର ଯୋଗେ ସଚେତନ କରାଯିବା ସହିତ ସାନିଟାଇଜର ଉପରେ ଗୁରୁତ୍ତ୍ବ ଦିଆଯାଉଛି।

ପ୍ରତି ଲହରରେ ରେଡଜୋନ୍ ଖୋର୍ଦ୍ଧା ଓ ହଟସ୍ପଟ ରହିଆସିଥିବା ଭୁବନେଶ୍ବର ଉପରେ ରହିଛି ସମସ୍ତଙ୍କ ନଜର। ଉଭୟ ବିମାନବନ୍ଦର ଓ ରେଳଷ୍ଟେସନ୍ ଉପରେ ଯାତ୍ରୀଙ୍କ ଉପରେ ତୀକ୍ଷ୍ନ ନଜର ରଖିବା ନେଇ ପଦକ୍ଷେପକୁ ସାଧାରଣରେ ସ୍ବାଗତ କରାଯାଇଛି।

ନ୍ୟୁଜ୍ ୧୮ ଓଡ଼ିଆରେ ବ୍ରେକିଙ୍ଗ୍ ନ୍ୟୁଜ୍ ପଢ଼ିବାରେ ପ୍ରଥମ ହୁଅନ୍ତୁ| ଆଜିର ସର୍ବଶେଷ ଖବର, ଲାଇଭ୍ ନ୍ୟୁଜ୍ ଅପଡେଟ୍, ନ୍ୟୁଜ୍ ୧୮ ଓଡ଼ିଆ ୱେବସାଇଟରେ ସବୁଠାରୁ ନିର୍ଭରଯୋଗ୍ୟ ଓଡ଼ିଆ ଖବର ପଢ଼ନ୍ତୁ ।
କମ୍ପାନୀ କହିଛି ଯେ ଯଦିଓ ଏହି ସମୟରେ 5G ବଜାରକୁ ଆସିଛି, ଆମେ କୌଣସି ପ୍ରକାରେ ଆମର ଯୋଜନାକୁ ମହଙ୍ଗା କରିବୁ ନାହିଁ । ଆମ ପାଇଁ ଆମ ଗ୍ରାହକଙ୍କଠାରୁ କେହି ବଡ଼ ନୁହଁନ୍ତି । ସେମାନଙ୍କ ଅଭିଜ୍ଞତାକୁ ଉନ୍ନତ କରିବା ପାଇଁ ଆମେ ଆମର ସେବାକୁ ଉନ୍ନତ କରିବା ଜାରି ରଖିବୁ

Source link

Author: