ଆସିବ କୋଭିଡ଼ର ଚତୁର୍ଥ ଲହରୀ! ଏକ୍ସପର୍ଟ କହିଲେ ସ୍ଥିତି ଉପରେ ରହିଛି ନଜର

IAS Coaching

News18 Odia Digital

ଭୁବନେଶ୍ୱର: ଚତୁର୍ଥ କୋଭିଡ଼ ଲହରୀର ସଂକ୍ରମଣକୁ ନେଇ ନେଇ ଏବେବି ଆଶଙ୍କା ଓ ଆକଳନ ଲାଗି ରହିଛି । ନିର୍ଦ୍ଧିଷ୍ଟ ଭାବେ କେବେ ଆସିବ ଚତୁର୍ଥ ଲହରି ? କେମିତି ରହିବ ଏହାର ପ୍ରଭାବ ? ପୂର୍ବ ଓମିକ୍ରନ ଭାରିଆଣ୍ଟଠାରୁ ଏହାର ପ୍ରଭାବ ଅଧିକ ରହିବ ନା କମ୍ ? ଡ଼ାକ୍ତରଙ୍କ ମତରେ ଆସନ୍ତା ୩ ସପ୍ତାହ ଭିତରେ କୋଭିଡ଼ ସଂକ୍ରମଣ ଓଡ଼ିଶାକୁ ଆସିବାର ସମ୍ଭାବନା ରହିଛି।

କିଛି ଦିନର ବ୍ୟବଧାନ ପରେ ପୁଣି ଥରେ କୋଭିଡ଼ ସଂକ୍ରମଣ ଫେରିବା ନେଇ  ଆଶଙ୍କା ପ୍ରକାଶ ପାଇଛି । ବିଶ୍ୱର ଏକାଧିକ ରାଷ୍ଟ୍ର ସମେତ ଦେଶର ଏକାଧିକ ରାଜ୍ୟରେ କୋଭିଡ଼ ସଂକ୍ରମଣ ବୃଦ୍ଧି ପାଉଥିବା କାରଣରୁ କୋଭିଡ଼ ରିଟର୍ଣ୍ଣ ନେଇ ଆଶଙ୍କା ଦୃଢ଼ୀଭୂତ ହେବାରେ ଲାଗିଛି । ବିଶେଷକରି କୋଭିଡ଼ ସଂକ୍ରମଣର ଏହି ଫେରିବା ଧାରାକୁ ନେଇ ଏବେ ଜୋର ଚର୍ଚ୍ଚା ।

ସମ୍ କୋଭିଡ଼ କୋଭ୍ୟାକ୍ସିନ ସେଂଟରର ମୁଖ୍ୟ ଡ଼. ଇପାରୀ ଭେଙ୍କେଟ ରାଓଙ୍କ ସୂଚନା ଅନୁସାରେ, ଆସନ୍ତା କିଛି ସପ୍ତାହ ଭିତରେ ପୁଣି ଥରେ ଓଡ଼ିଶାରେ କୋଭିଡ଼ର ଚତୁର୍ଥ ସଂକ୍ରମଣ ଲହରୀ ଫେରିବାର ଯଥେଷ୍ଟ ସମ୍ଭାବନା ରହିଛି । ଏ ପର୍ଯ୍ୟନ୍ତ ଏହି ନୂଆ କୋଭିଡ଼ ଭାରିଆଣ୍ଟ ନାଁ ଏକ୍ସ-ଇ ଥିବା ବେଳେ ଏହା ଏ-୧ ଓ ଏ-୨ର ମିଶ୍ରଣ ବୋଲି କୁହାଯାଉଛି । ଓମିକ୍ରନ ଭାରିଆଣ୍ଟ ଭଳି ଏହା ଦ୍ରୁତ ସଂକ୍ରମଣ କରିବାର କ୍ଷମତା ରଖୁଥିଲେ ବି ବାସ୍ତବରେ ଓମିକ୍ରନ ଭାରିଆଣ୍ଟଠାରୁ ଏହା ଦୁଇଗୁଣ ଅଧିକ ଦ୍ରୁତ ସଂକ୍ରମଣ କରି ପାରୁଛି ଏହି ଭାରିଆଣ୍ଟ।

ସେ କହିଛନ୍ତି”ସାଧାରଣତଃ ଜଳବାୟୁ ଆଧାରରେ ଓମିକ୍ରନ ରୂପ ବଦଳାଇଥାଏ । ଆସୁଥିବା ଏହି ନୂଆ ଭୂତାଣୁ ଓଡ଼ିଶାରେ ପହଁଚିବା ପରେ ଏହା କେତେ ଘାତକ ହେବ ତାହା ଉପରେ ରହିଛି ନଜର। ବଡ଼ ଆଶ୍ୱସ୍ତିର କଥା ହେଲା ନୂଆ ଭାରିଆଣ୍ଟ ଆସୁଥିଲେ ବି ଲୋକେ ଡ଼ବଲ ଡ଼ୋଜ ସହି ବୁଷ୍ଟର ଡ଼ୋଜ ଓ କୋଭିଡ଼ ସଂକମଣ ରୋକିବା ସାବଧାନତା ଅବଲମ୍ବନ କରୁଥିବାରୁ ଏହାର ପ୍ରଭାବ କମ ରହିପାରେ । ମୋଟ ଉପରେ ଏହି ଲହରୀ ଆସିଲା ପରେ ହିଁ ପ୍ରଭାବକୁ  ସଠିକ ଆକଳନ କରି ହେବ”।

ଅନ୍ୟପକ୍ଷେ ଡ଼ାକ୍ତର ନିରଜ ମିଶ୍ରଙ୍କ ମତରେ, ଆସନ୍ତା ୧୫ ଦିନ ଭିତରେ ରାଜ୍ୟରେ ଆସିପାରେ କୋଭିଡ଼ର ଚତୁର୍ଥ ଲହରି । ସେ ଦୃଷ୍ଟିରୁ ଆମକୁ ପୂର୍ବଭଳି ସତର୍କ ରହିବା ଦରକାର । ନୂଆ ଲହରୀ ଆସୁଥିବାରୁ ଆମକୁ ଅଧିକ ସଚେତନ ହେବା ଜରୁରୀ । ବିଶେଷକରି ଟୀକା ନେଇ ନ ଥିବା ବର୍ଗ ଓ ଗୁୁରୁତର ରୋଗରେ ପୀଡ଼ିତ ଥିବା ଲୋକମାନେ ସଂକ୍ରମଣର ଅଧିକ ସମ୍ବେଦନଶୀଳ ଥିବାରୁ ସେମାନଙ୍କ ଉପରେ ସ୍ୱତନ୍ତ୍ର ଦୃଷ୍ଟି ଦେବାର ଆବଶ୍ୟକତା ଅଛି । ସେହିଭଳି ଏହି ଭାରିଆଣ୍ଟ ଦ୍ରୁତ ସଂକ୍ରମଣ କରୁଥିଲେ ବି ଏ ପର୍ଯ୍ୟନ୍ତ ଘାତକ ପ୍ରମାଣିତ ହୋଇନାହିଁ ।

କୋଭିଡ଼ର ନୂଆ ଲହରୀକୁ ନେଇ ଏମିତି ଆଶଙ୍କା ଓ ଚର୍ଚ୍ଚା ଲାଗି ରହିଥିବା ବେଳେ କୋଭିଡ଼ ସ୍ଥିତିର ମୁକାବିଲା ପାଇଁ ବିଏମସି ପ୍ରସ୍ତୁତ ବୋଲି କହିଛି । ଭୁବନେଶ୍ୱରର ହଟସ୍ପଟ୍ ସ୍ଥାନ ପ୍ରତି ସ୍ୱତନ୍ତ୍ର ଦୃଷ୍ଟି ଦିଆଯିବା ସହିତ ଚତୁର୍ଥ ଲହରୀକୁ ଦୃଷ୍ଟିରେ ରଖି ପ୍ରସ୍ତୁତି କୁ ଅଧିକ ବ୍ୟାପକ କରାଯିବାକୁ କୁହାଯାଇଛି ।

ନ୍ୟୁଜ୍ ୧୮ ଓଡ଼ିଆରେ ବ୍ରେକିଙ୍ଗ୍ ନ୍ୟୁଜ୍ ପଢ଼ିବାରେ ପ୍ରଥମ ହୁଅନ୍ତୁ| ଆଜିର ସର୍ବଶେଷ ଖବର, ଲାଇଭ୍ ନ୍ୟୁଜ୍ ଅପଡେଟ୍, ନ୍ୟୁଜ୍ ୧୮ ଓଡ଼ିଆ ୱେବସାଇଟରେ ସବୁଠାରୁ ନିର୍ଭରଯୋଗ୍ୟ ଓଡ଼ିଆ ଖବର ପଢ଼ନ୍ତୁ ।
କମ୍ପାନୀ କହିଛି ଯେ ଯଦିଓ ଏହି ସମୟରେ 5G ବଜାରକୁ ଆସିଛି, ଆମେ କୌଣସି ପ୍ରକାରେ ଆମର ଯୋଜନାକୁ ମହଙ୍ଗା କରିବୁ ନାହିଁ । ଆମ ପାଇଁ ଆମ ଗ୍ରାହକଙ୍କଠାରୁ କେହି ବଡ଼ ନୁହଁନ୍ତି । ସେମାନଙ୍କ ଅଭିଜ୍ଞତାକୁ ଉନ୍ନତ କରିବା ପାଇଁ ଆମେ ଆମର ସେବାକୁ ଉନ୍ନତ କରିବା ଜାରି ରଖିବୁ

Source link

Author: