୧୨ ବର୍ଷ କିମ୍ବା ଅଧିକ ବୟସର ପିଲାଙ୍କୁ ଲାଗିପାରିବକି କରୋନା ଟିକା; NTAGI କରିବ ସମୀକ୍ଷା

IAS Coaching

News18 Odia Digital

ନୂଆ ଦିଲ୍ଲୀ: ୧୨ ବର୍ଷ କିମ୍ବା ତଦୁର୍ଦ୍ଧ୍ୱ ବୟସର ପିଲାଙ୍କଙ୍କ ଉପରେ କୋଭୋଭାକ୍ସ ଟିକା ବ୍ୟବହାର କରାଯାଇପାରିବ କି ନାହିଁ, ଏହି ସପ୍ତାହରେ ଟୀକାକରଣ ଉପରେ SII ତଥ୍ୟ ସମୀକ୍ଷା କରିବ ନ୍ୟାସନାଲ ଟେକ୍ନିକାଲ୍ ଆଡଭାଇଜରୀ ଗ୍ରୁପ୍ ଅଫ୍ ଇମ୍ୟୁନାଇଜେସନ୍ (NTAGI)। ଭାରତର ଔଷଧ ନିୟାମକ ଅନୁସାରେ ଡିସେମ୍ବର ୨୮ ରେ ଜରୁରୀକାଳୀନ ପରିସ୍ଥିତିରେ ବୟସ୍କଙ୍କ ଉପରେ ଓ ମାର୍ଚ୍ଚ ୯ ରେ ୧୨ ରୁ ୧୭ ବର୍ଷ ବୟସର ଲୋକଙ୍କ ଉପରେ କୋଭୋଭ୍ୟାକ୍ସ ଟିକା ସୀମିତ ବ୍ୟବହାରକୁ ଅନୁମୋଦନ କରିଥିଲେ।

ଜାତୀୟ COVID-19 ଟିକାକରଣ ଅଭିଯାନରେ ସେରମ୍ ଇନଷ୍ଟିଚ୍ୟୁଟ୍ ଅଫ୍ ଇଣ୍ଡିଆ (SII), ନିର୍ଦ୍ଦେଶକ (ସରକାରୀ ଏବଂ ନିୟାମକ ବ୍ୟାପାର) ପ୍ରକାଶ କୁମାର ସିଂ ନିକଟରେ ସ୍ୱାସ୍ଥ୍ୟ ମନ୍ତ୍ରଣାଳୟକୁ ଚିଠି ଲେଖି ୧୨ ବର୍ଷ କିମ୍ବା ତା ଠାରୁ ଅଧିକ ବୟସର ପିଲାଙ୍କ ଟିକା ପାଇଁ ଅନୁମୋଦନ ମାଗିଛନ୍ତି।

ଏକ ସରକାରୀ ସୂତ୍ରରୁ ପ୍ରକାଶ ଯେ, ‘NTAGI ର କୋଭିଡ-୧୯ ର କାର୍ଯ୍ୟନିର୍ବାହୀ ଗୋଷ୍ଠୀ ଏପ୍ରିଲ ୧ରେ ଭେଟିବ। ଏହି ସମୟ ମଧ୍ୟରେ, କୋଭୋଭ୍ୟାକ୍ସ ସମ୍ବନ୍ଧୀୟ ତଥ୍ୟର ସମୀକ୍ଷା କରାଯିବ ଓ ଏହି ସପ୍ତାହରେ ୧୨ ବର୍ଷରୁ ଅଧିକ ଲୋକଙ୍କ ଉପରେ ବ୍ୟବହାର କରାଯାଇପାରିବ କି ନାହିଁ ତାହା ଜଣାପଡିବ।

ସିଂ କହିଛନ୍ତି ଯେ ପୁଣେ ଭିତ୍ତିକ ଏସଏସଆଇ କୋଭୋଭାକ୍ସ ଟିକାକୁ ଘରୋଇ ଡାକ୍ତରଖାନାକୁ ୯୦୦ ପ୍ଲସ୍ ଜିଏସ୍ଟି ପ୍ରଦାନ କରିବାକୁ ଚାହୁଁଛି ଓ ଏହି ଟିକା ମଧ୍ୟ କେନ୍ଦ୍ରକୁ ପଠାଇବାକୁ ନିର୍ଦ୍ଦେଶକୁ ଅପେକ୍ଷା କରିଛି।

ନ୍ୟୁଜ୍ ୧୮ ଓଡ଼ିଆରେ ବ୍ରେକିଙ୍ଗ୍ ନ୍ୟୁଜ୍ ପଢ଼ିବାରେ ପ୍ରଥମ ହୁଅନ୍ତୁ| ଆଜିର ସର୍ବଶେଷ ଖବର, ଲାଇଭ୍ ନ୍ୟୁଜ୍ ଅପଡେଟ୍, ନ୍ୟୁଜ୍ ୧୮ ଓଡ଼ିଆ ୱେବସାଇଟରେ ସବୁଠାରୁ ନିର୍ଭରଯୋଗ୍ୟ ଓଡ଼ିଆ ଖବର ପଢ଼ନ୍ତୁ ।
କମ୍ପାନୀ କହିଛି ଯେ ଯଦିଓ ଏହି ସମୟରେ 5G ବଜାରକୁ ଆସିଛି, ଆମେ କୌଣସି ପ୍ରକାରେ ଆମର ଯୋଜନାକୁ ମହଙ୍ଗା କରିବୁ ନାହିଁ । ଆମ ପାଇଁ ଆମ ଗ୍ରାହକଙ୍କଠାରୁ କେହି ବଡ଼ ନୁହଁନ୍ତି । ସେମାନଙ୍କ ଅଭିଜ୍ଞତାକୁ ଉନ୍ନତ କରିବା ପାଇଁ ଆମେ ଆମର ସେବାକୁ ଉନ୍ନତ କରିବା ଜାରି ରଖିବୁ

Source link

Author: