ଆଜିଠୁ ୧୨-୧୪ ବର୍ଷ ବୟସର ପିଲାଙ୍କ ଟୀକାକରଣ ଆରମ୍ଭ; ଦିଆଯିବ କର୍ଭିଭାକ୍ସ ଟୀକା

IAS Coaching

News18 Odia Digital

ଭୁବନେଶ୍ୱର : ଆଜିଠାରୁ ୧୨ରୁ ୧୪ ବର୍ଷ ବୟସର ପିଲାଙ୍କ ଟୀକାକରଣ ଆରମ୍ଭ ହୋଇଛି। ଯେଉଁମାନଙ୍କର ୨୦୧୦ ମାର୍ଚ୍ଚ ୧୦ ପୂର୍ବରୁ ଜନ୍ମ ହୋଇଛନ୍ତି, ସେମାନଙ୍କୁ କୋଭିଡ଼ ଟୀକା ଦିଆଯିବ । ପିଲାମାନଙ୍କୁ କର୍ଭିଭାକ୍ସ ଟୀକା ଦିଆଯିବ ।

ପୂର୍ବରୁ ଜନ୍ମ ବର୍ଷ ଆଧାରରେ ଟୀକା ଦିଆଯାଉଥିଲା । ଏଣିକି ଜନ୍ମ ତାରିଖ ଆଧାରରେ ଟୀକା ଦିଆଯିବ । ଟୀକା ନେବା ଲାଗି ଜନ୍ମ ପ୍ରମାଣପତ୍ର ଦେଖାଇବାକୁ ପଡ଼ିବ । ଉଭୟ ଅନଲାଇନ ଓ ଅଫଲାଇନ ପଞ୍ଜିକରଣ ଜରିଆରେ ଟୀକା ଦିଆଯିବ । ଏବେ cowin ପୋର୍ଟାଲରେ ଏ ବର୍ଗଙ୍କ ଟୀକାକରଣ ଲାଗି ପଞ୍ଜିକରଣ ସୁବିଧା ନଥିବାରୁ ପ୍ରଥମ ପର୍ଯ୍ୟାୟରେ ଅଫଲାଇନରେ ଟୀକା ଦିଆଯିବ ଓ ସ୍କୁଲଗୁଡ଼ିକରେ ଟୀକା ଦିଆଯିବ । ଟୀକାକରଣରେ ଶିକ୍ଷକମାନେ ସହଯୋଗ କରିବେ । ସ୍କୁଲ ଟାଇମିଙ୍ଗ ଅନୁସାରେ ଟୀକାକରଣ କରିବାକୁ CDMO ମାନଙ୍କୁ ନିର୍ଦ୍ଦେଶ ଦିଆଯାଇଛି । ଶିକ୍ଷା ବିଭାଗ, SC-ST ବିଭାଗ ସହ ସମନ୍ୱୟ ରଖି ଟୀକାକରଣ କରାଯିବ । ପରବର୍ତ୍ତୀ ସମୟରେ ପିଲାଙ୍କ ଟୀକାକରଣ ଲାଗି ଡେଡିକେଟେଡ଼ ସେଣ୍ଟର ଖୋଲାଯିବ ।  ୨୮ ଦିନ ବ୍ୟବଧାନରେ ଦ୍ବିତୀୟଡୋଜ ଟୀକା ଦିଆଯିବ । ପୂର୍ବରୁ ଯେଉଁ ନିୟମାବଳୀ ଆଧାରରେ ଟୀକାକରଣ ହେଉଥିଲା, ଏ ବର୍ଗଙ୍କ ଲାଗି ମଧ୍ୟ ସମାନ ନିୟମ ରହିବ ।

“ଏବେ ରାଜ୍ୟରେ ୧୫ ଲକ୍ଷ ୪୭ ହଜାର କର୍ଭିଭାକ୍ସ ଟୀକା ମହଜୁଦ ଅଛି । ସବୁ ଜିଲ୍ଲାକୁ ଟୀକା ପଠାଯାଇଛି । କିଛି ଉପାନ୍ତ ଜିଲ୍ଲାକୁ ଛାଡ଼ିଦେଲେ ଅନ୍ୟ ସବୁ ଜିଲ୍ଲାକୁ ଗତ କାଲି ରାତି ସୁଦ୍ଧା ଟୀକା ପହଞ୍ଚି ଯାଇଛି। ଟୀକା ନେବାକୁ ରାଜ୍ୟରେ ୧୨ରୁ ୧୪ ବୟସ ବର୍ଗର ୧୫ ଲକ୍ଷ ୨୧ ହଜାର ପିଲା ରହିଛନ୍ତି। ଏମାନଙ୍କ ଟୀକାକରଣ ଲାଗି ୩ ହଜାର ଟିକାଦାତା ଓ ୩ ହଜାର ଭେରିଫାୟାର କର୍ମଚାରୀ ନିୟୋଜିତ ହୋଇଛନ୍ତି,” କହିଛନ୍ତି ସ୍ବାସ୍ଥ୍ୟ ପରିବାର କଲ୍ୟାଣ ନିର୍ଦ୍ଦେଶକ ଡାକ୍ତର ବିଜୟ ପାଣିଗ୍ରାହୀ।

ସ୍ବାସ୍ଥ୍ୟ ବିଶେଷଜ୍ଞ ସୂର୍ଯ୍ୟ ପ୍ରକାଶ ଚୌଧୁରୀ କହିଛନ୍ତି” ବର୍ତ୍ତମାନ ୧୨ରୁ ୧୪ ବର୍ଷର ପିଲାଙ୍କୁ ଟିକା ଦିଆଯିବାନେଇ ସରକାର ନେଇଥିବା ପଦକ୍ଷେପ ସ୍ବାଗତଯୋଗ୍ୟ।୧୫ ରୁ ୧୮ ବର୍ଷ ପିଲାଙ୍କୁ ଦିଆଯାଇଥିବା ଟୀକାରେ ଭଲ ସଫଳତା ମିଳିଛି। ଏଥିରେ ମଧ୍ୟ ସଫଳତା ମିଳୁ। ପିତା ମାତା ବା ଅଭିଭାବକଙ୍କ ମଧ୍ୟରେ ଶଙ୍କା ସଷ୍ଟି ନ ହେଉ। ପିଲାଙ୍କୁ ଟିକା ଦେବା ପାଇଁ ଆଗେଇ ଆସନ୍ତୁ। ଟୀକାର ମହତ୍ବକୁ ତୄତୀୟ ଲହର ସମୟରେ ଅନୁଭବ କରିସାରିଛେ। ରାଜ୍ୟରେ ବା ଦେଶରେ ନିୟନ୍ତ୍ରଣରେ ଥିଲେ ବି କୋଭିଡ଼ ଏବେ ମଧ୍ୟ ରହିଛି। ଚାଇନାରେ ସଂକ୍ରମଣ ବଢୁଛି। ଆଗକୁ ଆମକୁ ଆଉ ଗୋଟିଏ ଲହରୀ ର ସମ୍ମୁଖୀନ ହେଵାକୁ ପଡି ପାରେ। ତା’ ପୂର୍ଵରୁ ଆମେ କେମିତି ନିଜେ ସୁରକ୍ଷିତ ରହିବା ସହ ପିଲା ମାନଙ୍କୁ ସୁରକ୍ଷିତ ରଖିପାରିବା ତାଉପରେ ଗୁରୁତ୍ୱ ଦେବା ଦରକାର”।

ନ୍ୟୁଜ୍ ୧୮ ଓଡ଼ିଆରେ ବ୍ରେକିଙ୍ଗ୍ ନ୍ୟୁଜ୍ ପଢ଼ିବାରେ ପ୍ରଥମ ହୁଅନ୍ତୁ| ଆଜିର ସର୍ବଶେଷ ଖବର, ଲାଇଭ୍ ନ୍ୟୁଜ୍ ଅପଡେଟ୍, ନ୍ୟୁଜ୍ ୧୮ ଓଡ଼ିଆ ୱେବସାଇଟରେ ସବୁଠାରୁ ନିର୍ଭରଯୋଗ୍ୟ ଓଡ଼ିଆ ଖବର ପଢ଼ନ୍ତୁ ।
କମ୍ପାନୀ କହିଛି ଯେ ଯଦିଓ ଏହି ସମୟରେ 5G ବଜାରକୁ ଆସିଛି, ଆମେ କୌଣସି ପ୍ରକାରେ ଆମର ଯୋଜନାକୁ ମହଙ୍ଗା କରିବୁ ନାହିଁ । ଆମ ପାଇଁ ଆମ ଗ୍ରାହକଙ୍କଠାରୁ କେହି ବଡ଼ ନୁହଁନ୍ତି । ସେମାନଙ୍କ ଅଭିଜ୍ଞତାକୁ ଉନ୍ନତ କରିବା ପାଇଁ ଆମେ ଆମର ସେବାକୁ ଉନ୍ନତ କରିବା ଜାରି ରଖିବୁ

Source link

Author: