ରିହାବ ସେଣ୍ଟରର ଭୟଙ୍କର କାହାଣୀ, ମଣିଷକୁ ଖାଉଛି ମଣିଷ – News18 ଓଡିଆ

IAS Coaching

ଆଫଗାନିସ୍ତାନ ରେ ନିଶା ଖାଇ ବାହାରେ ବୁଲୁଥିବା ନିଶାଖୋର ବେସାହାରା ଲୋକଙ୍କ ପାଇଁ ରିହାବ ସେଣ୍ଟର୍ ନିର୍ମାଣ କରିଛି ତାଲିବାନ୍ । ସେମାନଙ୍କୁ ଆଣି ଏହି ରିହାବ ସେଣ୍ଟରରେ କଏଦ କରି ରଖୁଛି ତାଲିବାନ୍। ସେଠାରେ ସେମାନଙ୍କୁ ଖାଇବା ମିଳୁନଥିବା ବେଳେ ଅତ୍ୟାଚାର ମଧ୍ୟ କରାଯାଉଛି। ଫଳରେ କଏଦୀ ମାନେ ପରସ୍ପରକୁ ଖାଇଯାଉଛନ୍ତି ।

କାବୁଲର ଏକ ‘ହସ୍ପିଟାଲ’ରେ ଏପରି ଦୃଶ୍ୟ ଦେଖିବାକୁ ମିଳିଥିଲା, ଯାହା ଅତ୍ୟନ୍ତ ଭୟଭୀତ ଥିଲା | ସେହିପରି ମଦ୍ୟପାନ କରୁଥିବା ଅନେକ ଲୋକଙ୍କୁ ମଧ୍ୟ ବଳ ପୂର୍ବକ ଭାବରେ ଏହି ସେଣ୍ଟର ରେ
ପୁରାଇ ରଖାଯାଇଛି । ସେମାନଙ୍କୁ ଠିକ୍ ଭାବରେ ଖାଇବାକୁ ମଧ୍ୟ ଦିଆ ଯାଉନାହିଁ । ଯାହା ଫଳରେ ସେମାନେ ଭୋକ ସମ୍ଭାଳି ନପାରି ଘାସ ଖାଇବାକୁ ବାଧ୍ୟ ହେଉଛନ୍ତି । ତାଲିବାନ ଆଫଗାନିସ୍ତାନକୁ ଦଖଲ କରିବା ପରେ ଦିନକୁ ଦିନ ଅବସ୍ଥା ଆହୁରି ଖରାପ ହେବାରେ ଲାଗିଛି। ଡାକ୍ତରଖାନାଠାରୁ ଆରମ୍ଭ କରି ବିଦ୍ୟାଳୟ ପର୍ଯ୍ୟନ୍ତ ସବୁଠି ସମସ୍ୟା ପରିଲିଖିତ ହେଉଛି । ଡ୍ରଗ୍ସ ସମସ୍ୟାର ସମାଧାନ ପାଇଁ ତାଲିବାନ ରିହାବ ସେଣ୍ଟର୍ ପ୍ରତିଷ୍ଠା କରିଥିଲା। ଏହି କେନ୍ଦ୍ରରେ ହଜାର ହଜାର ଲୋକଙ୍କୁ ଭର୍ତ୍ତି କରାଯାଇଥିଲା । କିନ୍ତୁ ଏଠାରେ ବ୍ୟବସ୍ଥା ଏତେ ଖରାପ ଥିଲା ଯେ ବନ୍ଦୀ ଥିବା ଲୋକେ ମଣିଷ ମାଂସ ଖାଇବାକୁ ବି ପଛାଉନଥିଲେ । ଶୁଣିବାକୁ ମିଳୁଛି ଯେ, କେତେକ କଏଦୀ ବିଲେଇ ଏବଂ ମଣିଷର ମାଂସ ଖାଇ ବଞ୍ଚିବା ଆରମ୍ଭ କରି ଦେଇଛନ୍ତି | ଡେଲି ମେଲ ରିପୋର୍ଟ ଅନୁଯାୟୀ, ଜଣେ ସାମ୍ବାଦିକଙ୍କ ସହ କଥାବାର୍ତ୍ତା ବେଳେ ରିହାବ୍ ସେଣ୍ଟରରୁ ଉଦ୍ଧାର ହୋଇଥିବା ଜଣେ ବ୍ୟକ୍ତି କହିଛନ୍ତି ଯେ ସେମାନେ ଜଣେ ବ୍ୟକ୍ତିଙ୍କୁ ହତ୍ୟା କରି ତାଙ୍କ ଶରୀରକୁ ପୋଡି ଦେବା ସହ ତାଙ୍କ ମାଂସକୁ ଖାଇଥିଲେ |
ସେହିପରି ଅବଦୁଲ ନାମକ ଜଣେ କଏଦୀ କହିଛନ୍ତି ଯେ ରୋଗୀମାନେ ଭୋକରେ ରହିବା ଏକ ସାଧାରଣ ଅଭ୍ୟାସରେ ପରିଣତ ହୋଇଯାଇଛି। ଏହି କାରଣରୁ ଅନେକ ଲୋକ ଜୀବନ ହରାଉଛନ୍ତି। ସେ ଆହୁରି ମଧ୍ଯ କହିଥିଲେ ଯେ ଦିନେ ଲୋକମାନେ ପାର୍କରେ ବୁଲୁଥିବା ଏକ ବିଲେଇକୁ ଧରି ତାର ବେକ କାଟି ଖାଇଦେଇଥିଲେ।

ଜାତିସଂଘର ରିପୋର୍ଟ ଅନୁଯାୟୀ, ଆଫଗାନିସ୍ତାନ ଦୀର୍ଘ ଦିନରୁ ବେଆଇନ ଅଫିମ ଏବଂ ହେରୋଇନ୍ କାରବାର କରିଆସୁଛି । 2017 ରେ, ଆଫଗାନିସ୍ତାନ କେବଳ ବିଶ୍ୱରେ ୮୦ ପ୍ରତିଶତରୁ ଅଧିକ ଡ୍ରଗ ଯୋଗାଉଥିଲା। ଚଳିତବର୍ଷ ୧.୪ ବିଲିୟନ ଡଲାର ମୂଲ୍ୟର ଡ୍ରଗ୍ କାରବାର କରାଯାଇଥିଲା। ତାଲିବାନ ଆଫଗାନିସ୍ତାନର ଅଫିମ ବାଣିଜ୍ୟ ଉପରେ ଏହାର ଆୟର ଅନ୍ୟତମ ଉତ୍ସ ବୋଲି ଜାତିସଂଘର ଡ୍ରଗ୍ ଆଣ୍ଡ କ୍ରାଇମ କାର୍ଯ୍ୟାଳୟର ମୁଖ୍ୟ କହିଛନ୍ତି । ଏଥିସହ ଏଠାରେ ଡ୍ରଗ୍ ଉତ୍ପାଦନ ଅଧିକ ହେତୁ ଡ୍ରଗ୍ ଶସ୍ତା ହୋଇଗଲା ଏବଂ ଅଧିକ ଲୋକଙ୍କ ପାଖରେ ପହଞ୍ଚିପାରିଛି ବୋଲି କୁହାଯାଉଛି।

ନ୍ୟୁଜ୍ ୧୮ ଓଡ଼ିଆରେ ବ୍ରେକିଙ୍ଗ୍ ନ୍ୟୁଜ୍ ପଢ଼ିବାରେ ପ୍ରଥମ ହୁଅନ୍ତୁ| ଆଜିର ସର୍ବଶେଷ ଖବର, ଲାଇଭ୍ ନ୍ୟୁଜ୍ ଅପଡେଟ୍, ନ୍ୟୁଜ୍ ୧୮ ଓଡ଼ିଆ ୱେବସାଇଟରେ ସବୁଠାରୁ ନିର୍ଭରଯୋଗ୍ୟ ଓଡ଼ିଆ ଖବର ପଢ଼ନ୍ତୁ ।
କମ୍ପାନୀ କହିଛି ଯେ ଯଦିଓ ଏହି ସମୟରେ 5G ବଜାରକୁ ଆସିଛି, ଆମେ କୌଣସି ପ୍ରକାରେ ଆମର ଯୋଜନାକୁ ମହଙ୍ଗା କରିବୁ ନାହିଁ । ଆମ ପାଇଁ ଆମ ଗ୍ରାହକଙ୍କଠାରୁ କେହି ବଡ଼ ନୁହଁନ୍ତି । ସେମାନଙ୍କ ଅଭିଜ୍ଞତାକୁ ଉନ୍ନତ କରିବା ପାଇଁ ଆମେ ଆମର ସେବାକୁ ଉନ୍ନତ କରିବା ଜାରି ରଖିବୁ

Source link

Author: