ଟେଷ୍ଟର ୫ ଦିନ ପରେ ଆସୁଛି କୋଭିଡ଼ ଟେଷ୍ଟ ରିପୋର୍ଟ; ହସ୍ପିଟାଲ କହୁଛି ଆମେ ବିଳମ୍ୱ କରୁନୁ

IAS Coaching

News18 Odia Digital

ଭୁବନେଶ୍ୱର: ଏବେ କ୍ୟାପିଟାଲରେ କୋଭିଡ ପାଇଁ ଆରଟିପିସିଆର ଟେଷ୍ଟ କଲେ ଦିନେ କି ଦୁଇ ଦିନ ନୁହେଁ ୪-୭ ଦିନ ପର୍ଯ୍ୟନ୍ତ ଅପେକ୍ଷା କରିବାକୁ ପଡ଼ିବ। ଯଦି ଜଣେ ଜରୁରୀକାଳୀନ ରୋଗୀଟିଏ ଟେଷ୍ଟ କରେ ତେବେ ଏତେ ଦିନ ଅପେକ୍ଷା କରିବା ତା ଜୀବନ ପାଇଁ କେତେ ବିପଦ ? ଯାହାକୁ ନେଇ ବିଭିନ୍ନ ମହଲରେ ତୀବ୍ର ପ୍ରତିକ୍ରିୟା ପ୍ରକାଶ ପାଇଛି।

ରାଜଧାନୀ ପୋଖରୀପୁଟର ଗୌତମ ନାୟକଙ୍କ ୪୮ ବର୍ଷୀୟା ପତ୍ନୀ ଈଶ୍ୱରୀ ନାୟକ ଓ ୨୪ ବର୍ଷୀୟା ଝିଅ କୁର୍ବାଲି ନାୟକଙ୍କୁ କୋଭିଡ ଟେଷ୍ଟ ପାଇଁ ୧୧ ତାରିଖରେ କ୍ୟାପିଟାଲ ହସ୍ପିଟାଲରେ ପହଞ୍ଚିଥିଲେ । ଟେଷ୍ଟ କରିବାର ୫ ଦିନ ପରେ କୋଭିଡ ରିପୋର୍ଟ ମିଳୁଛି। ଯଦିଓ ରିପୋର୍ଟ ନେଗେଟିଭ ଅଛି କିନ୍ତୁ କାହିଁକି ଟେଷ୍ଟ ରିପୋର୍ଟ ମିଳିବାରେ ବିଳମ୍ବ ହେଉଛି ତାକୁ ନେଇ ଗୌତମ ନାୟକ ଅସନ୍ତୋଷ ପ୍ରକାଶ କରିଛନ୍ତି।

ଏହା କେବଳ ଗୌତମଙ୍କ କ୍ଷେତ୍ରରେ ହୋଇନି। କୋଭିଡ ଟେଷ୍ଟ ପାଇଁ ଲମ୍ବା ଲାଇନରେ ଧାଡ଼ି ବାନ୍ଧି ଠିଆ ହେଉଥିବା ସବୁ ବ୍ୟକ୍ତିଙ୍କ କ୍ଷେତ୍ରରେ ଏହା ହେଉଛି। ଯଦିଓ କିଛି ଭି.ଭି.ଆଇ.ପି.ଙ୍କ ପାଇଁ କିଛି ଜରୁରୀ ବ୍ୟବସ୍ଥା କରାଯାଇଛି ହେଲେ ବାକି ସବୁ ଲୋକ ନିଜ ଟେଷ୍ଟ ରିପୋର୍ଟ ପାଇଁ ୪-୭ ଦିନ ଯାଏଁ ଚାତକ ଚାହିଁଲା ଭଳି ଚାହିଁ ରହୁଛନ୍ତି। ଲୋକଙ୍କ ମନ ଭିତରେ ଗୋଟିଏ ପ୍ରଶ୍ନ ଉଙ୍କି ମାରୁଛି। ବିଏମ୍ସି ହସ୍ପିଟାଲ, ପ୍ରାଥମିକ ସ୍ୱାସ୍ଥ୍ୟ କେନ୍ଦ୍ର ଓ ଗୋଷ୍ଠୀ ସ୍ବାସ୍ଥ୍ୟ କେନ୍ଦ୍ର ସହ କ୍ୟାପିଟାଲ ହସ୍ପିଟାଲ ରେ ଯେଉଁ ଟେଷ୍ଟ କରାଯାଉଛି ସେହି ସାମ୍ପୂଲ୍ କୁଆଡ଼େ ଯାଉଛି ? ଏହି ନମୁନା ଆର.ଏମ.ଆର.ସି.କୁ ଯାଉଛି ଯଦି ଏତେ ବିଳମ୍ବ କାହିଁକି ହେଉଛି? ଯେଉଁ ଆର .ଏମ. ଆର . ସି .ରେ ଦିନେ କିମ୍ବା ଦୁଇଦିନ ଭିତରେ ରିପୋର୍ଟ ମିଳୁଥିଲା ଏବେ ଅସୁବିଧା କେଉଁଠ? “ଆମର କିଛି ଭୁଲ ନାହିଁ ଆରଏମଆରସି ବିଳମ୍ବ କରୁଛି,” କହିଛନ୍ତି କ୍ୟାପିଟାଲ ହସ୍ପିଟାଲ ନିର୍ଦ୍ଦେଶକ ଶ୍ରୀଯୁକ୍ତ ଲକ୍ଷ୍ମୀକାନ୍ତ ସାହୁ।

ସେପଟେ ଆରଏମଆରସି ନିର୍ଦ୍ଦେଶିକା ସଂଘମିତ୍ରା ପତି କହିଛନ୍ତି,” ବିମାନ ବନ୍ଦର ସହ ଅନେକ ସ୍ଥାନରେ ଟେଷ୍ଟିଂକୁ ବଢ଼ାଯାଇଛି। ପୂର୍ବ ଅପେକ୍ଷା ବହୁତ୍ ସାମ୍ପୂଲ୍ ଆସୁଛି। ଆମର ଯେତିକି ଷ୍ଟାଫ ଅଛନ୍ତି ସେମାନଙ୍କ ମଧ୍ୟରୁ ୫୦ ପ୍ରତିଶତ କୋଭିଡ ସଂକ୍ରମିତ ହୋଇ ଆଇସୋଲେସନରେ ଅଛନ୍ତି। ଏହି ସମସ୍ୟା ଆସନ୍ତା କାଲିଠୁ ଆଉ ରହିବ ନାହିଁ।”

ଅନ୍ୟପଟେ ଓମିକ୍ରନକୁ ବ୍ରେକ ଦେବା ପାଇଁ ମେଡିକାଲରେ କିଭଳି ଗହଳି ନ ଜମିବ ସେଥିପାଇଁ ବାହାରେ ଖୋଲା ଯାଇଛି ସେଣ୍ଟର୍। ରୋଗୀଙ୍କ ପାଇଁ ସିଙ୍ଗଲ ୱିଣ୍ଡୋ ବ୍ୟବସ୍ଥା ହୋଇଛି। ଜରୁରୀ ନଥିଲେ ମେଡିକାଲ ନ ଆସିବା ପାଇଁ କୁହାଯାଇଛି। ଟେଲି କଲିଙ୍ଗରେ ଡାକ୍ତରଙ୍କ ପରାମର୍ଶ ପାଇଁ ମଧ୍ୟ କୁହାଯାଇଛି। କିନ୍ତୁ କୋଭିଡ ଟେଷ୍ଟ ରିପୋର୍ଟ ବିଳମ୍ବ ହେଉଥିବାରୁ ମଲ୍ଟି ଡିଜିଜ ବା ସାଙ୍ଘାତିକ ସମସ୍ୟା ସହ ଜଡ଼ିତ ରୋଗୀ ଯନ୍ତ୍ରଣାରେ ଜର୍ଜରିତ ହେଉଛି। ଯାହାଫଳରେ ଅଧିକ ମାନସିକ ଯନ୍ତ୍ରଣା ଭିତରେ ଜୀବନ ସହ ସଂଗ୍ରାମ କରୁଥିବାରୁ ଏହାକୁ ନେଇ ପ୍ରଶ୍ନ ଉଠାଇଛନ୍ତି ସ୍ବାସ୍ଥ୍ୟ ବିଶେଷଜ୍ଞ ।

ନ୍ୟୁଜ୍ ୧୮ ଓଡ଼ିଆରେ ବ୍ରେକିଙ୍ଗ୍ ନ୍ୟୁଜ୍ ପଢ଼ିବାରେ ପ୍ରଥମ ହୁଅନ୍ତୁ| ଆଜିର ସର୍ବଶେଷ ଖବର, ଲାଇଭ୍ ନ୍ୟୁଜ୍ ଅପଡେଟ୍, ନ୍ୟୁଜ୍ ୧୮ ଓଡ଼ିଆ ୱେବସାଇଟରେ ସବୁଠାରୁ ନିର୍ଭରଯୋଗ୍ୟ ଓଡ଼ିଆ ଖବର ପଢ଼ନ୍ତୁ ।
କମ୍ପାନୀ କହିଛି ଯେ ଯଦିଓ ଏହି ସମୟରେ 5G ବଜାରକୁ ଆସିଛି, ଆମେ କୌଣସି ପ୍ରକାରେ ଆମର ଯୋଜନାକୁ ମହଙ୍ଗା କରିବୁ ନାହିଁ । ଆମ ପାଇଁ ଆମ ଗ୍ରାହକଙ୍କଠାରୁ କେହି ବଡ଼ ନୁହଁନ୍ତି । ସେମାନଙ୍କ ଅଭିଜ୍ଞତାକୁ ଉନ୍ନତ କରିବା ପାଇଁ ଆମେ ଆମର ସେବାକୁ ଉନ୍ନତ କରିବା ଜାରି ରଖିବୁ

Source link

Author: