News18 Odia Digital
ଭୁବନେଶ୍ବର: ରାଜ୍ୟରେ କୋଭିଡ ସଂକ୍ରମଣ ସ୍ଥିତି ପୁଣି ଥରେ ଅଣାୟତ୍ତ ହେଉଥିବା ବେଳେ ଏହି ମାରାତ୍ମକ ଭାଇରସର ଲକ୍ଷଣ ବି ବଦଳୁଛି । ଏଭଳି ସ୍ଥିତିରେ ଲୋକଙ୍କୁ ସଚେତନ କରିବା ପାଇଁ ପ୍ରଥମ ଓ ଦିତୀୟ ଲହର ପରି ଚଳିତ ଥର ମଧ୍ୟ ରାଜ୍ୟ ସରକାରଙ୍କ ସୂଚନା ଓ ଲୋକ ସମ୍ପର୍କ ବିଭାଗ ପକ୍ଷରୁ ଡାକ୍ତରଙ୍କ ମାଧ୍ୟମରେ ଲୋକଙ୍କୁ ସଚେତନ କରାଯାଉଛି ।
ଓଡ଼ିଶାରେ ଦୈନିକ ସଂକ୍ରମଣ ୧୧ ହଜାର ଛୁଇଁବାକୁ ବସିଲାଣି । ଶନିବାର ଦିନ ରାଜ୍ୟରେ ୧୦,୮୫୬ ଜଣ ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି । ସକ୍ରିୟ କେସ୍ ବି ୫୦ ହଜାର ପାର୍ କରିଛି । ଶନିବାରର ମାମକେସଗୁଡ଼ିକୁ ମିଶାଇଲେ କେବଳ ଜାନୁଆରୀ ମାସରେ ୬୭,୯୦୨ ଜଣ ଆକ୍ରାନ୍ତ ଚିହ୍ନଟ ହେଲେଣି । ଏହା ସହ ରାଜ୍ୟରେ ଓମିକ୍ରନ ଆକ୍ରାନ୍ତ ସଂଖ୍ୟା ବି ବଢ଼ିବାରେ ଲାଗିଛି । ଶନିବାର ଦିନ ରାଜ୍ୟରେ ୩୨ ଜଣ ଓମିକ୍ରନ୍ ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି ବୋଲି ଆଇ.ଏଲ୍.ଏସ୍. ସ୍ୱାସ୍ଥ୍ୟ ବିଭାଗକୁ ଅବଗତ କରାଇଛି । ଏହି ନୂଆ ଆକ୍ରାନ୍ତଙ୍କ ସଂଖ୍ୟାକୁ ମିଶାଇ ଓଡ଼ିଶାରେ ମୋ’ଟ ଓମିକ୍ରନ୍ ଆକ୍ରାନ୍ତଙ୍କ ସଂଖ୍ୟା ୨୦୨ରେ ପହଞ୍ଚିଛି। ଡିସେମ୍ବର ୨୧ ରେ ରାଜ୍ୟରେ ପ୍ରଥମ ଓମିକ୍ରନ୍ ଆକ୍ରାନ୍ତ ଚିହ୍ନଟ ହୋଇଥିବା ବେଳେ ସେହି ମାସରେ ୧୪ ଜଣ ଆକ୍ରାନ୍ତ ଚିହ୍ନଟ ହୋଇଥିଲେ । କେବଳ ଜାନୁଆରୀ ମାସରେ ୧୮୮ ଜଣ ଓମିକ୍ରନ ଆକ୍ରାନ୍ତ ଚିହ୍ନଟ ହେଲେଣି ।
ଏହା ବି ପଢ଼ନ୍ତୁ |
English ଶିଖନ୍ତୁ [୧]: ଯଦି ଗ୍ୟାଙ୍ଗଷ୍ଟର୍ ହାଇଦର୍ ଧରାପଡ଼ି ନ ଥାନ୍ତା,… If gangster Hyder…
କୋଭିଡ୍ ସ୍ଥିତି ଉପରେ ଏକ ସ୍ୱତନ୍ତ୍ର ଆଲୋଚନାରେ ଭାଗ ନେଇ ଏସ୍.ସି.ବି. ହସପିଟାଲର ମେଡ଼ିସିନ୍ ବିଭାଗର ମୁଖ୍ୟ ଡଃ ଜୟନ୍ତ ପଣ୍ଡା କହିଛନ୍ତି ଯେ ପ୍ରତି ମହାମାରୀରେ ଲହର ପରେ ଲହର ଆସିଥାଏ ଓ ଏବେ ଓଡ଼ିଶାରେ ପ୍ରତି ଦିନ ୧୦ ହଜାରରୁ ଅଧିକ ସଂକ୍ରମଣ ହେଉଛି ।
ଏହା ବି ପଢ଼ନ୍ତୁ ଓ ଦେଖନ୍ତୁ ଫଟୋ |
ବିକାନୀର୍ ଏକ୍ସପ୍ରେସ୍ ଟ୍ରେନ୍ ଦୁର୍ଘଟଣାଗ୍ରସ୍ତ ହେଲା; ୭ ଜଣ ଯାତ୍ରୀଙ୍କର ମୃତ୍ୟୁ; ୬୦ରୁ ଅଧିକ ଆହତ
‘‘ତୃତୀୟ ଲହରରେ ଗଳାରେ ବ୍ୟଥା, ମୁଣ୍ଡ ବିନ୍ଧା ଓ ନାକ ବନ୍ଦ ରହୁଛି । ଏହି ଲକ୍ଷଣ ଦୁଇରୁ ତିନି ଦିନ ରହୁଛି ଓ ପୂର୍ବ ଲହର ଅପେକ୍ଷା ଶ୍ରୀଘ୍ର କମିଯାଉଛି । ଏହି ଲହରରେ ଆଘ୍ରାଣ ଶକ୍ତି ଓ ସ୍ବାଦ ଯାଉନାହିଁ । ଏଥିରେ ପେଟ କାଟିବା ଓ ପତଳା ଝାଡ଼ା ଲକ୍ଷଣ ବେଶୀ ଦେଖାଯାଉଛି । କରୋନା ଭାଇରସ୍ ୩୦ ଥର ମ୍ୟୁଟେସନ୍ ପରେ ନିଜ ସଂକ୍ରମଣ କ୍ଷମତା ବଢ଼ାଇଛି । ଦ୍ବିତୀୟ ଲହର ଅପେକ୍ଷା ଏହାର ସଂକ୍ରମଣ କ୍ଷମତା ଛଅରୁ ସାତ ଗୁଣ ଅଧିକ ରହିଛି,’’ କହିଛନ୍ତି ଡଃ ପଣ୍ଡା ।
ଏହା ବି ପଢ଼ନ୍ତୁ |
ଏହି ପେନ୍ସନ୍ ପ୍ଲାନ୍ ନେଲେ ଆପଣଙ୍କୁ ପ୍ରତି ମାସ ମିଳିବ ୧୨,୦୦୦ ଟଙ୍କା ପେନ୍ସନ୍; ଜାଣନ୍ତୁ ସବୁ କିଛି
ଏ ଥର ଚିକିତ୍ସା ପଦ୍ଧତିରେ ବେଶୀ ଔଷଧର ଆବଶ୍ୟକତା ନ ଥିବା ସତ୍ତ୍ୱେ କିଛି ଲୋକ ବିନା ପରାମର୍ଶରେ ଔଷଧ ନେଉଥିବା ଦେଖାଯାଉଛି । ‘‘ମେଲୁପିରାଭିର୍ ଔଷଧରେ କିଛି ଖରାପ ପ୍ରଭାବ ପଡୁଛି । ମେଲୁପିରାଭିର୍ ଔଷଧକୁ ଆମେ ଏବେ ଅନୁମତି ଦେଇନାହୁଁ । ବିଶେଷଜ୍ଞଙ୍କ ପରାମର୍ଶ ବିନା ଔଷଧ ଆଣି ଖାଆନ୍ତୁ ନାହିଁ । ଏହା କ୍ଷତିକାରକ ହୋଇପାରେ,’’ କହିଛନ୍ତି ଡଃ ପଣ୍ଡା ।
ଏହା ବି ପଢ଼ନ୍ତୁ |
Omicron: ‘ଆସନ୍ତା ୨ ସପ୍ତାହରେ ଦେଶରେ ଭୟାବହ ସ୍ଥିତି ଆଣିପାରେ କରୋନା’, କହିଲେ ବିଶେଷଜ୍ଞ
‘‘ଏହି ଲହରରେ ରୋଗୀ ଅଧିକ ଗୁରୁତର ହେଉ ନ ଥିବା ଯୋଗୁଁ ଘରେ ପୃଥକବାସର ଗୁରୁତ୍ବ ବହୁ ଅଧିକ ରହିଛି । ଏବେ ସାତ ଦିନ ହୋମ୍ ଆଇସୋଲେସନରେ ରହିବେ । ତିନି ଦିନ ଲଗାତାର ଜ୍ବର ନ ଆସିଲେ ସାତ ଦିନ ରହିବେ। ଲୋକେ ସଠିକ୍ ଭାବରେ ମାସ୍କ ପିନ୍ଧିବା ସହ ଗହଳି ନ କରିବା ଉଚିତ । ଟିକା ନେଇଥିବା ଲୋକେ ବେପରୁଆ ହୁଅନ୍ତୁ ନାହିଁ । ଯେଉଁମାନେ ଟିକା ନେଇ ନାହାନ୍ତି ସେମାନେ ଯଥା ଶୀଘ୍ର ଟିକା ନିଅନ୍ତୁ,’’ କହିଛନ୍ତି ଡଃ ଜୟନ୍ତ ପଣ୍ଡା ।
ଏହା ବି ପଢ଼ନ୍ତୁ ଓ ଦେଖନ୍ତୁ VIDEO |
ଚିତା ବାଘକୁ KISS କଲେ ଯୁବତୀ! ଏହି VIDEO ଉପରୁ ଲୋକଙ୍କ ନଜର ହଟୁନି; ଆପଣ ବି ଦେଖନ୍ତୁ
କୌଣସି ବ୍ୟକ୍ତି ଏବେ କୋଭିଡ୍ ପଜିଟିଭ ଥିଲେ ତିନି ମାସ ପରେ ପ୍ରିକସନ୍ ଡୋଜ୍ ନେଇ ପାରିବେ ବୋଲି ସେ କହିଛନ୍ତି । ଦ୍ବିତୀୟ ଡୋଜ୍ ନେବାର ନଅ ମାସ ପରେ ପ୍ରିକସନ୍ ଡୋଜ୍ ନେବେ । ‘‘ଲକ୍ଷଣ ଥିବା ପ୍ରତି ବ୍ୟକ୍ତି ରରୋନା ଟେଷ୍ଟ କରିବା ଦରକାର । ସାଧାରଣ ଥଣ୍ଡା ଓ କୋଭିଡ୍ ମଧ୍ୟରେ ଫରକ ଜାଣିବା କଷ୍ଟକର । ଏହି ଲହରରେ ହସ୍ପିଟାଲରେ ଭର୍ତ୍ତି ହେବା ସଂଖ୍ୟା ବହୁତ କମ୍ ରହିଛି । ଗୁରୁତର ରୋଗୀଙ୍କ ସଂଖ୍ୟା କମ୍ ଥିଲେ ବି ଆମେ ସମ୍ପୂର୍ଣ୍ଣ ପ୍ରସ୍ତୁତ ରହିଛୁ । ଯେତେ ପାରୁଛନ୍ତି ଦୂର ଯାତ୍ରାରୁ ନିବୃତ ରୁହନ୍ତୁ । ଯଦି ଯାଉଛନ୍ତି ତେବେ କୋଭିଡ୍ ନିୟମ ପାଳନ କରନ୍ତୁ,’’ କହିଛନ୍ତି ଡାକ୍ତର ଜୟନ୍ତ ପଣ୍ଡା ।
ନ୍ୟୁଜ୍ ୧୮ ଓଡ଼ିଆରେ ବ୍ରେକିଙ୍ଗ୍ ନ୍ୟୁଜ୍ ପଢ଼ିବାରେ ପ୍ରଥମ ହୁଅନ୍ତୁ| ଆଜିର ସର୍ବଶେଷ ଖବର, ଲାଇଭ୍ ନ୍ୟୁଜ୍ ଅପଡେଟ୍, ନ୍ୟୁଜ୍ ୧୮ ଓଡ଼ିଆ ୱେବସାଇଟରେ ସବୁଠାରୁ ନିର୍ଭରଯୋଗ୍ୟ ଓଡ଼ିଆ ଖବର ପଢ଼ନ୍ତୁ ।
କମ୍ପାନୀ କହିଛି ଯେ ଯଦିଓ ଏହି ସମୟରେ 5G ବଜାରକୁ ଆସିଛି, ଆମେ କୌଣସି ପ୍ରକାରେ ଆମର ଯୋଜନାକୁ ମହଙ୍ଗା କରିବୁ ନାହିଁ । ଆମ ପାଇଁ ଆମ ଗ୍ରାହକଙ୍କଠାରୁ କେହି ବଡ଼ ନୁହଁନ୍ତି । ସେମାନଙ୍କ ଅଭିଜ୍ଞତାକୁ ଉନ୍ନତ କରିବା ପାଇଁ ଆମେ ଆମର ସେବାକୁ ଉନ୍ନତ କରିବା ଜାରି ରଖିବୁ