ବଢୁଛି COVID ରୋଗୀଙ୍କ ସଂଖ୍ୟା; SCB ହସପିଟାଲରେ ୬୦୦ଟି ବେଡ୍ ସହ ୧୪୦ଟି ICU ବେଡ୍ ପ୍ରସ୍ତୁତ ରଖାଗଲା

IAS Coaching

News18 Odia Digital

କଟକ: ସହରରେ କରୋନା ସଂକ୍ରମିତଙ୍କ ସଂଖ୍ୟା ହଜାର ପାର୍‌ କରି ସାରିଥିବା ବେଳେ ଆଗକୁ ଆହୁରି ବଢ଼ିବ ବୋଲି ବିଶେଷଜ୍ଞମାନେ ପୂର୍ବାନୁମାନ କରିଛନ୍ତି । ଏପରି ସ୍ଥିତିରେ ଚିକିତ୍ସା ଭିତ୍ତିଭୂମିକୁ ସଜାଡ଼ି ରଖିବା ପାଇଁ ରାଜ୍ୟ ସରକାର ନିର୍ଦ୍ଦେଶ ଦେବା ପରେ ଏସ୍‌.ସି.ବି. ହସପିଟାଲ୍‌ କର୍ତ୍ତୃପକ୍ଷ ବ୍ୟାପକ ବ୍ୟବସ୍ଥା କରିଛନ୍ତି ।

ଚଳିତ ମାସ ଶେଷ ସୁଦ୍ଧା କୋଭିଡ ସ୍ଥିତି ପିକ୍ ପହଞ୍ଚିବା ଆଶଙ୍କା କରାଯାଉଥିବା ବେଳେ ସେହି ସମୟରେ ବହୁ ସଂଖ୍ୟକ କୋଭିଡ ରୋଗୀଙ୍କୁ ମେଡିକାଲ୍‌ ଚକିତ୍ସାର ଆବଶ୍ୟକତା ରହିବ । ଏହାକୁ ଦୃଷ୍ଟିରେ ରଖି ରାଜ୍ୟର ସର୍ବବୃହତ ରେଫରାଲ୍‌ ହସ୍ପିଟାଲ୍‌ ଏସ୍‌.ସି.ବି.ରେ କୋଭିଡ ରୋଗୀଙ୍କ ଚିକିତ୍ସା ପାଇଁ ମୋ’ଟ ୬୦୦ଟି ବେଡ୍‌ ରଖାଯାଇଛି । ଏହା ସହିତ ୧୪୦ଟି ଆଇ.ସି.ୟୁ. ବେଡ୍‌ କେବଳ କୋଭିଡ୍‌ ରୋଗୀଙ୍କ ପାଇଁ ପ୍ରସ୍ତୁତ କରି ରଖାଯାଇଛି । କେବଳ ସେତିକି ନୁହେଁ କୋଭିଡ ଆକ୍ରାନ୍ତଙ୍କ ଚିକିତ୍ସା ପାଇଁ ଏସ୍‌.ସି.ବି. ହସପିଟାଲରେ ଆବଶ୍ୟକୀୟ ଭିତ୍ତିଭୂମି ସହ ଆବଶ୍ୟକୀୟ ସଂଖ୍ୟାରେ ଡାକ୍ତର ଓ ପାରାମେଡିକାଲ୍ ଷ୍ଟାଫଙ୍କୁ ମଧ୍ୟ ନିୟୋଜିତ କରାଯାଛି ।

ଏହା ବି ପଢ଼ନ୍ତୁ ଦେଖନ୍ତୁ ଫଟୋ |
ବିକାନୀର୍ ଏକ୍ସପ୍ରେସ୍ଟ୍ରେନ୍ଦୁର୍ଘଟଣାଗ୍ରସ୍ତ ହେଲା; ଜଣ ଯାତ୍ରୀଙ୍କର ମୃତ୍ୟୁ; ୬୦ରୁ ଅଧିକ ଆହତ

‘‘ଯେତେବେଳେ ରାଜ୍ୟକୁ କୌଣସି ସ୍ବାସ୍ଥ୍ୟ ସମସ୍ୟା ଜନିତ ବଡ଼ ବିପଦ ଆସିଛି ଏସ୍‌.ସି.ବି. ହସପିଟାଲ୍‌ ତା’ର ଫଳପ୍ରଦ ମୁକାବିଲା କରିଛି । ପୂର୍ବର ଦୁଇଟି ଲହରି ଭଳି ଏହି ତୃତିୟ ଲହରୀର ମୁକାବିଲା ପାଇଁ ମଧ୍ୟ ଏସ୍‌.ସି.ବି. ହସପିଟାଲ୍‌ ସମ୍ପୂର୍ଣ୍ଣ ପ୍ରସ୍ତୁତ ରହିଛି । ବିଶେଷ କରି ରେଫରାଲ୍‌ ରୋଗୀମାନଙ୍କ ପାଇଁ ଏଠାରେ ସୁବନ୍ଦୋବସ୍ତ କରାଯାଇଛି,’’ କହିଛନ୍ତି ଏସ୍‌.ସି.ବି. ହସପିଟାଲର ଜରୁରୀକାଳୀନ ଅଧିକାରୀ ଡାକ୍ତର ଭୁବନାନନ୍ଦ ମହାରଣା ।

ଏକ ସାମ୍ବାଦିକ ସମ୍ମିଳନୀରେ ଏସ୍.ସି.ବି. ହସପିଟାଲ୍ କର୍ତ୍ତୃପକ୍ଷ ସୂଚନା ଦେଉଛନ୍ତି ।

କଟକ ବଡ଼ ମେଡିକାଲରେ କୋଭିଡ୍‌ ୱାର୍ଡ଼ରେ ରୋଗୀ ଭର୍ତ୍ତି ହେବା ସଂଖ୍ୟା ଏବେ ୧୦୦ ମଧ୍ୟରେ ସୀମିତ ରହିଛି । କିନ୍ତୁ ଅଳ୍ପ କିଛି ଦିନ ମଧ୍ୟରେ ଅଧିକ କୋଭିଡ୍‌ ରୋଗୀ ଏସ୍‌.ସି.ବି.ରେ ଭର୍ତ୍ତି ହେବା ସହ ସେମନଙ୍କ ପାଇଁ ଅଧିକ ବେଡର ଆବଶ୍ୟକତା ପଡ଼ିପାରେ ବୋଲି ହସପିଟାଲ୍‌ କର୍ତ୍ତୃପକ୍ଷ ଉପଲବ୍ଧି କରିଛନ୍ତି ।

ଏହା ବି ପଢ଼ନ୍ତୁ |
ଏହି ପେନ୍ସନ୍ପ୍ଲାନ୍ ନେଲେ ଆପଣଙ୍କୁ ପ୍ରତି ମାସ ମିଳିବ ୧୨,୦୦୦ ଟଙ୍କା ପେନ୍ସନ୍‌; ଜାଣନ୍ତୁ ସବୁ କିଛି

ରୋଗୀମାନଙ୍କ ଚିକିତ୍ସା ସହ ସେମାନଙ୍କ ସ୍ବାସ୍ଥ୍ୟାବସ୍ଥା ନେଇ ନିୟମିତ ବ୍ୟବଧାନରେ ତାଙ୍କର ପରିବାର ଲୋକଙ୍କୁ ସୂଚନା ଦିଆଯାଉଛି । ଏଥି ପାଇଁ ଏକ ହେଲ୍ପ ଡେକ୍ସ କାର୍ଯ୍ୟ କରୁଥିବା ମଧ୍ୟ ହସପିଟାଲ୍‌ ପକ୍ଷରୁ କୁହାଯାଇଛି । ଏହା ବ୍ୟତୀତ କୋଭିଡ୍‌ ସଂକ୍ରମଣ ବ୍ୟାପୁଥିବରୁ ଅତି ଜରୁରୀ ନ ଥିଲେ ଲୋକେ ଚିକିତ୍ସା ପାଇଁ ହସପିଟାଲକୁ ନ ଆସିବା ପାଇଁ ପରାମର୍ଶ ଦେଇଛନ୍ତି ଏସ୍‌.ସି.ବି. ହସପିଟାଲର ଅଧ୍ୟକ୍ଷ ।

ଏହା ବି ପଢ଼ନ୍ତୁ |
Omicron: ‘ଆସନ୍ତା ସପ୍ତାହରେ ଦେଶରେ ଭୟାବହ ସ୍ଥିତି ଆଣିପାରେ କରୋନା’, କହିଲେ ବିଶେଷଜ୍ଞ

‘‘ନିହାତି ଆବଶ୍ୟକ ନ ହେଲେ ଚିକିତ୍ସା ପାଇଁ ଲୋକେ ଏସ୍‌.ସି.ବି. ହସପିଟାଲକୁ ନ ଆସନ୍ତୁ । ଲୋକେ ଟେଲିମେଡିସିନର ସହାୟତା ନେଇ ପାରିବେ । ଆମର ଟେଲିମେଡିସିନ୍‌ ବିଭାଗରେ ସବୁ ବିଭାଗର ଡାକ୍ତର ପାଳି କରି ଉପଲବ୍ଧ ରହୁଛନ୍ତି । ଯଦି କୌଣସି ରୋଗୀ ଟେଲିମେଡିସିନ୍‌ ଜରିଆରେ ନିର୍ଦ୍ଧିଷ୍ଟ କୌଣସି ଡାକ୍ତରଙ୍କ ସହିତ ପରାମର୍ଶ କରିବାକୁ ଚାହୁଁଛନ୍ତି ସେହି ସେବା ବି ଆମେ ଯେଗାଇ ଦେବୁ,’’ କହିଛନ୍ତି ଏସ୍‌.ସି.ବି.ର ଅଧ୍ୟକ୍ଷ ପ୍ରଫେସର୍‌ ଡାକ୍ତର ଦତ୍ତେଶ୍ବର ହୋତା ।

ନ୍ୟୁଜ୍ ୧୮ ଓଡ଼ିଆରେ ବ୍ରେକିଙ୍ଗ୍ ନ୍ୟୁଜ୍ ପଢ଼ିବାରେ ପ୍ରଥମ ହୁଅନ୍ତୁ| ଆଜିର ସର୍ବଶେଷ ଖବର, ଲାଇଭ୍ ନ୍ୟୁଜ୍ ଅପଡେଟ୍, ନ୍ୟୁଜ୍ ୧୮ ଓଡ଼ିଆ ୱେବସାଇଟରେ ସବୁଠାରୁ ନିର୍ଭରଯୋଗ୍ୟ ଓଡ଼ିଆ ଖବର ପଢ଼ନ୍ତୁ ।
କମ୍ପାନୀ କହିଛି ଯେ ଯଦିଓ ଏହି ସମୟରେ 5G ବଜାରକୁ ଆସିଛି, ଆମେ କୌଣସି ପ୍ରକାରେ ଆମର ଯୋଜନାକୁ ମହଙ୍ଗା କରିବୁ ନାହିଁ । ଆମ ପାଇଁ ଆମ ଗ୍ରାହକଙ୍କଠାରୁ କେହି ବଡ଼ ନୁହଁନ୍ତି । ସେମାନଙ୍କ ଅଭିଜ୍ଞତାକୁ ଉନ୍ନତ କରିବା ପାଇଁ ଆମେ ଆମର ସେବାକୁ ଉନ୍ନତ କରିବା ଜାରି ରଖିବୁ

Source link

Author: