ଉପର ମୁଁହା କୋଭିଡ ସଂକ୍ରମଣ; ମୁକାବିଲା ପାଇଁ ପ୍ରସ୍ତୁତ ରହିଛି ବିଏମସି

IAS Coaching

News18 Odia Digital

ଭୁବନେଶ୍ୱର: ରାଜ୍ୟରେ ଦିନକରେ ଚିହ୍ନଟ ହେଲେଣି ୧୦ ହଜାରରୁ ଅଧିକ ସଂକ୍ରମିତ। ତାଲିକାର ଶୀର୍ଷରେ ଥିବା ଖୋର୍ଦ୍ଧାରେ କେବଳ ୩ ହଜାରରୁ ଅଧିକ ସଂକ୍ରମଣ ଚିହ୍ନଟ ହେଉଛନ୍ତି। ଆଗକୁ ସ୍ଥିତି ଅସମ୍ଭାଳ ହୋଇପାରେ। ତଥାପି ସବୁ ପରିସ୍ଥିତିର ମୁକାବିଲା ପାଇଁ ବିଏମସି ପ୍ରସ୍ତୁତ ରହିଛି ବୋଲି ଜଣା ପଡ଼ିଛି।

ଦିନକୁ ଦିନ ଜଟିଳ ହେବାରେ ଲାଗିଛି ସଂକ୍ରମଣ ସ୍ଥିତି। ଦୈନିକ ସଂକ୍ରମଣ ହୁ ହୁ ହୋଇ ବଢ଼ିବାରେ ଲାଗିଛି। ଟେଷ୍ଟିଂ ଓ ଟୀକାକରଣ ସହ ଏନ୍ଫୋର୍ସମେଣ୍ଟକୁ ଗୁରୁତ୍ୱ ଦିଆଯାଉଛି। ମୁଖ୍ୟମନ୍ତ୍ରୀଙ୍କ ସମୀକ୍ଷା ପରେ ଭିତ୍ତିଭୂମିର ବିକାଶ କରାଯାଇଛି। ସମସ୍ତ କୋଭିଡ ହସ୍ପିଟାଲକୁ ପ୍ରସ୍ତୁତ ରହିବାକୁ କୁହାଯାଇଛି। ଭୁବନେଶ୍ୱରରେ ୧୮ଶହ ଶଯ୍ୟା ଥିବା ବେଳେ ବର୍ତ୍ତମାନ କେବଳ ୩୫୦ଜଣ ରୋଗୀ ଭର୍ତ୍ତି ହୋଇଛନ୍ତି। ତଥାପି ଶଯ୍ୟା ସଂଖ୍ୟା ୪ ହଜାରକୁ ବୃଦ୍ଧି କରାଯିବ। ଦୈନିକ ୧୦ ହଜାର ଟେଷ୍ଟିଂ ଓ ୨୦ ହଜାରରୁ ଅଧିକ ଟୀକାକରଣ କରାଯାଉଛି। ରାପିଡ ରେସ୍ପନସ ଟିମ ସଂଖ୍ୟା ବୃଦ୍ଧି ସହ କଣ୍ଟ୍ରୋଲ ରୁମ ଜରିଆରେ ନିରବଚ୍ଛିନ୍ନ ସେବା ଯୋଗାଇବ ବୋଲି ବିଏମସି କହିଛି।

“ଆମେ ସବୁ ପ୍ରକାର ପରିସ୍ଥିତି ପାଇଁ ପ୍ରସ୍ତୁତ ଅଛୁ। ଯେତିକି କୋଭିଡ ହସ୍ପିଟାଲ ଅଛି ସେଥିରେ ୪୦୦୦ ବେଡ଼ ସମ୍ପୂର୍ଣ ପ୍ରସ୍ତୁତ ରହିଛି। ଅକ୍ସିଜେନର ଆବଶ୍ୟକତା ବର୍ତ୍ତମାନ ସୁଦ୍ଧା ପଡ଼ିନାହିଁ। ଆଗକୁ ପଡ଼ିଲେ ବି ଅସୁବିଧା ନାହିଁ,” କହିଛନ୍ତି ବିଏମସି ଡେ଼ପୁଟି କମିଶନର ଶୁଭେନ୍ଦୁ କୁମାର ସାହୁ।

କୋଭିଡ ସଂକ୍ରମଣ ହେଲେ ଶରୀରର ଅକ୍ସିଜେନ ସ୍ୟାଚୁରେସନ ହ୍ରାସ ପାଇଥାଏ। ତେବେ ଡେ଼ଲ୍ଟା ଠାରୁ ଓମିକ୍ରନ ମାରାତ୍ମକ ନହେଲେ ବି ୫ଗୁଣା ଅଧିକ ଦ୍ରୁତ ସଂକ୍ରମିତ। ଏଣୁ ଆଗକୁ ସ୍ଥିତି ଆହୁରି ଜଟିଳ ହେବ। ଲୋକଙ୍କୁ ଅବହେଳା ନକରି ସରକାରୀ କଟକଣାକୁ ପାଳନ କରିବାକୁ ହେବ। ତେବେ ଦ୍ୱିତୀୟ ଲହର ପରେ ସବୁ ହସ୍ପିଟାଲରେ ନିଜସ୍ୱ ଅକ୍ସିଜେନ ପ୍ଲାଣ୍ଟ ସ୍ଥାପନ କରାଯାଇଛି।

ଅନ୍ୟପଟେ ଅକ୍ସିଜେନ ପ୍ଲାଣ୍ଟ ମାଲିକଙ୍କୁ ମଧ୍ୟ ଯଥେଷ୍ଟ ପରିମାଣର ଅକ୍ସିଜେନ ସହ ପ୍ରସ୍ତୁତ ରହିବାକୁ କୁହାଯାଇଛି। ସାମଗ୍ରିକ ଭାବେ ଆଗକୁ ମୁକାବିଲା ପାଇଁ ସମସ୍ତଙ୍କୁ ପ୍ରସ୍ତୁତ ରହିବା ଜରୁରୀ ବୋଲି ପରାମର୍ଶ ଦେଇଛନ୍ତି କ୍ୟାପିଟାଲ ହସ୍ପିଟାଲ ନିର୍ଦ୍ଦେଶକ।

“ଗତ ଥର ଭଳି ଏଥର ଅକ୍ସିଜେନର ଏତେ ଚାହିଦା ନାହିଁ। ରୋଗ ବଢୁଛି ଲୋକେ ମେଡିସିନରେ ଭଲ ହେଉଛନ୍ତି। ଅକ୍ସିଜେନର ଆବଶ୍ୟକତା ପଡୁନାହିଁ। ଆମ ପାଖରେ ପର୍ଯ୍ୟାପ୍ତ ଅକ୍ସିଜେନ ମହଜୁଦ ରହିଛି। ସବୁ ପ୍ରାଇଭେଟ ମେଡିକାଲ ମାନଙ୍କର ନିଜସ୍ୱ ଅକ୍ସିଜେନ ପ୍ଲାଣ୍ଟ ରହିଛି। ଏଣୁ ଆମର ଅସୁବିଧା କୌଣସି ପ୍ରକାର ହେବ ନାହିଁ,“କହିଛନ୍ତି ଆନନ୍ଦ ଇଣ୍ଡଷ୍ଟ୍ରିଆଲ ଗ୍ୟାସେସ ପରିଚାଳନା ନିର୍ଦ୍ଦେଶକ ଜଗଦାନନ୍ଦ ମହାପାତ୍ର।

ନ୍ୟୁଜ୍ ୧୮ ଓଡ଼ିଆରେ ବ୍ରେକିଙ୍ଗ୍ ନ୍ୟୁଜ୍ ପଢ଼ିବାରେ ପ୍ରଥମ ହୁଅନ୍ତୁ| ଆଜିର ସର୍ବଶେଷ ଖବର, ଲାଇଭ୍ ନ୍ୟୁଜ୍ ଅପଡେଟ୍, ନ୍ୟୁଜ୍ ୧୮ ଓଡ଼ିଆ ୱେବସାଇଟରେ ସବୁଠାରୁ ନିର୍ଭରଯୋଗ୍ୟ ଓଡ଼ିଆ ଖବର ପଢ଼ନ୍ତୁ ।
କମ୍ପାନୀ କହିଛି ଯେ ଯଦିଓ ଏହି ସମୟରେ 5G ବଜାରକୁ ଆସିଛି, ଆମେ କୌଣସି ପ୍ରକାରେ ଆମର ଯୋଜନାକୁ ମହଙ୍ଗା କରିବୁ ନାହିଁ । ଆମ ପାଇଁ ଆମ ଗ୍ରାହକଙ୍କଠାରୁ କେହି ବଡ଼ ନୁହଁନ୍ତି । ସେମାନଙ୍କ ଅଭିଜ୍ଞତାକୁ ଉନ୍ନତ କରିବା ପାଇଁ ଆମେ ଆମର ସେବାକୁ ଉନ୍ନତ କରିବା ଜାରି ରଖିବୁ

Source link

Author: