ରାଜଧାନୀରେ କୋଭିଡ ହସ୍ପିଟାଲ ସଂଖ୍ୟା ୪କୁ ବୃଦ୍ଧି: BMC – News18 ଓଡିଆ

IAS Coaching

News18 Odia Digital

ଭୁବନେଶ୍ୱର: ସରକାରୀ ଗାଇଡ ଲାଇନ୍କୁ ଖୋଲା ଖୋଲି ଉଲଂଘନ କରୁଛନ୍ତି ରାଜଧାନୀ ବାସିନ୍ଦା। ରାଜଧାନୀର ବିଭିନ୍ନ ସ୍ଥାନରେ ଭ୍ରମଣ କରୁଥିବା ଲୋକଙ୍କ ମୁହଁରେ ନାହିଁ ମାସ୍କ। କାହା କାନରେ ମାସ୍କ ଝୁଲୁଛି ତ ଆଉ କିଏ ବିନା ମାସ୍କରେ ସେଲ୍ଫି ନେବାରେ ବ୍ୟସ୍ତ। ତା ସହ ପୁଳାଏ ବିନା ମାସ୍କ ଧାରୀଯୁବକ ହୋଇ ମଉଜ କରୁଛନ୍ତି।

ନାଆ ବ୍ୟବସାୟୀ ନା ଗ୍ରାହକ , ୮୦ ଭାଗ ଲୋକଙ୍କ ମୁହଁରେ ନାହିଁ ମାସ୍କ। ରେଳ ଷ୍ଟେସନ ଓ ମଲର ଭିତରେ ଓ ବାହାରେ ଯୁବ ପିଢ଼ି ବେଶୀ ଅମାନିଆ। ବାହାରେ ବସି ବିନା ମାସ୍କରେ ଗୁଲି ଗପରେ ମାତିଛନ୍ତି ଯାତ୍ରୀ। ଷ୍ଟେସନ ବାହାରେ ଓ ଭିତରେ ବି କୋଭିଡ ନିୟମ କୁ ଫୁ କରିଛନ୍ତି ଯାତ୍ରୀ।

ସେପଟେ ସଂକ୍ରମଣକୁ ଦେଖି ପୁରୁଣା ଷ୍ଟ୍ରେଟେଜି ଆପଣାଇଛି ଭୁବନେଶ୍ୱର ମହାନଗର ନିଗମ। କୋରୋନା ମିଟରକୁ ନେଇ ଛନକା, ବଢିଛି ପ୍ରସ୍ତୁତି । ରାଜ୍ୟ ଓ ଦେଶରେ କୋରୋନା ଗ୍ରାଫ୍ ଦୃତ ଗତିରେ ବଢୁଥିବା ବେଳେ ରାଜ୍ୟ ପାଇଁ ଚିନ୍ତା ବଢାଇଥିବା ରାଜଧାନୀ ଭୁବନେଶ୍ବରରୁ ସର୍ବାଧିକ ସଂକ୍ରମିତ ଚିହ୍ନଟ ହେଉଛନ୍ତି ।

“ଏବେ ମୁକାବିଲା ଓ ଚିକିସ୍ତ୍ରାକୁ ଗୁରୁତ୍ବ ନେଇ ବେଡ୍ ସଂଖ୍ୟା ବୃଦ୍ଧି କରିଛି ଭୁବନେଶ୍ୱର ମହାନଗର ନିଗମ। ପୂର୍ବରୁ ସମ୍ ଓ ଆଦିତ୍ୟ ଅଶ୍ବିନୀ ହସ୍ପିଟାଲକୁ ଏଥିଲାଗି ଅନୁମତି ମିଳିଥିବା ବେଳେ ଏବେ ହାଇଟେକ ଓ କିମ୍ସ ହସ୍ପିଟାଲ ସହ ବିଏମସି ଚୁକ୍ତି କରିଛି। ଫଳରେ ରାଜଧାନୀରେ କୋଭିଡ ହସ୍ପିଟାଲ ସଂଖ୍ୟା ୪ କୁ ବୃଦ୍ଧି ପାଇବା ସହ ଶଯ୍ୟା ସଂଖ୍ୟା ୧୭୬୪ରେ ପହଞ୍ଚିଛି। ଏଥିସହ ପଟିଆ ଓ ଡୁମଡୁମାଠାରେ ୧୦୦ ଶଯ୍ୟା ବିଶିଷ୍ଟ ଦୁଇଟି କୋଭିଡ କେୟାର ସେଣ୍ଟର ବା ସିସିସି ଖୋଲାଯାଇଛି । ଆଗକୁ ଆବଶ୍ୟକ ସ୍ଥଳେ କୋଭିଡ ହସ୍ପିଟାଲ ଓ ଶଯ୍ୟା ସଂଖ୍ୟା ବୃଦ୍ଧି କରାଯିବ,” କହିଛନ୍ତି ବିଏମସି ଅତିରିକ୍ତ କମିଶନର ଲକ୍ଷ୍ମୀକାନ୍ତ ସେଠୀ।

ନ୍ୟୁଜ୍ ୧୮ ଓଡ଼ିଆରେ ବ୍ରେକିଙ୍ଗ୍ ନ୍ୟୁଜ୍ ପଢ଼ିବାରେ ପ୍ରଥମ ହୁଅନ୍ତୁ| ଆଜିର ସର୍ବଶେଷ ଖବର, ଲାଇଭ୍ ନ୍ୟୁଜ୍ ଅପଡେଟ୍, ନ୍ୟୁଜ୍ ୧୮ ଓଡ଼ିଆ ୱେବସାଇଟରେ ସବୁଠାରୁ ନିର୍ଭରଯୋଗ୍ୟ ଓଡ଼ିଆ ଖବର ପଢ଼ନ୍ତୁ ।
କମ୍ପାନୀ କହିଛି ଯେ ଯଦିଓ ଏହି ସମୟରେ 5G ବଜାରକୁ ଆସିଛି, ଆମେ କୌଣସି ପ୍ରକାରେ ଆମର ଯୋଜନାକୁ ମହଙ୍ଗା କରିବୁ ନାହିଁ । ଆମ ପାଇଁ ଆମ ଗ୍ରାହକଙ୍କଠାରୁ କେହି ବଡ଼ ନୁହଁନ୍ତି । ସେମାନଙ୍କ ଅଭିଜ୍ଞତାକୁ ଉନ୍ନତ କରିବା ପାଇଁ ଆମେ ଆମର ସେବାକୁ ଉନ୍ନତ କରିବା ଜାରି ରଖିବୁ

Source link

Author: