ରାଜ୍ୟରେ ଆହୁରି ୨୪ ଜଣ ଓମିକ୍ରନ୍ ଆକ୍ରାନ୍ତ ଚିହ୍ନଟ ହେଲେ; କରୋନା ସଂକ୍ରମିତଙ୍କ ସଂଖ୍ୟା ବି ବଢୁଛି

IAS Coaching

News18 Odia Digital

ଭୁବନେଶ୍ୱର: ଓଡ଼ିଶାରେ କରୋନା ଭାଇରସ୍‌ ସଂକ୍ରମଣ ସ୍ଥିତି ବିଡିଡ଼ିବାରେ ଲାଗିଛି । ବୁଧବାର ଦିନ ରାଜ୍ୟରେ ଆଉ ୨୪ ଜଣ ଓମିକ୍ରନ୍‌ ଆକ୍ରାନ୍ତ ଚିହ୍ନଟ ହେବା ପରେ ରାଜ୍ୟରେ ମୋ’ଟ ଓମିକ୍ରିନ୍‌ ଆକ୍ରାନ୍ତଙ୍କ ସଂଖ୍ୟା ୬୧ରେ ପହଞ୍ଚିଛି । ମଙ୍ଗଳବାର ଦିନ ପାଖାପାଖି ୬୦୦ରୁ ଅଧିକ କରୋନା ଆକ୍ରାନ୍ତ ଚିହ୍ନଟ ହେବା ପରେ ବୁଧବାର ଦିନ ଏହି ସଂଖ୍ୟା ଏକା ଥରକେ ବଢ଼ି ୧,୨୧୬ରେ ପହଞ୍ଚିଯାଇଛି ।

ବୁଧବାର ଚିହ୍ନଟ ହୋଇଥିବା ଓମିକ୍ରନ୍‌ ଆକ୍ରାନ୍ତଙ୍କ ମଧ୍ୟରୁ ୨୩ ଜଣ ଓଡିଶାରେ ରହିଥିବା ବେଳେ ଜଣେ ତାମିଲ ନାଡୁ ଯାଇଛନ୍ତି । ଏହି ୨୪ ଜଣ ଓମିକ୍ରିନ୍‌ ଆକ୍ରାନ୍ତଙ୍କ ମଧ୍ୟରେ ୧୮ ଜଣ ପୁରୁଷ ଓ ୬ ଜଣ ମହିଳା ରହିଛନ୍ତି । ସବୁ ଆକ୍ରାନ୍ତଙ୍କ ବୟସ ୧୯ରୁ ୬୫ ବର୍ଷ ମଧ୍ୟରେ ବୋଲି ସୂଚନା ଦେଇଛି ସ୍ୱାସ୍ଥ୍ୟ ବିଭାଗ । ସର୍ବାଧିକ ଓମିକ୍ରନ୍‌ ଆକ୍ରାନ୍ତ ବାଲେଶ୍ବରରୁ (୭ ଜଣ) ଚିହ୍ନଟ ହୋଇଥିବା ବେଳେ ଯାଜପୁର, ସମ୍ବଲପୁର, ନୂଆପଡା, ସୁନ୍ଦରଗଡ ଓ ଜଗତସିଂହପୁର ଜିଲ୍ଲାରୁ ଅନ୍ୟ ଆକ୍ରାନ୍ତମାନେ ଚିହ୍ନଟ ହୋଇଛନ୍ତି ।

ଏହା ବି ପଢ଼ନ୍ତୁ ଦେଖନ୍ତୁ VIDEO |
ଚିତା ବାଘକୁ KISS କଲେ ଯୁବତୀ! ଏହି VIDEO ଉପରୁ ଲୋକଙ୍କ ନଜର ହଟୁନି; ଆପଣ ବି ଦେଖନ୍ତୁ

‘‘ଏହି ୨୪ ଜଣ ଓମିକ୍ରନ୍‌ ଆକ୍ରାନ୍ତଙ୍କ ମଧ୍ୟରେ ୧୯ ଜଣ ସ୍ଥାନୀୟ ବ୍ୟକ୍ତି ଥିବା ବେଳେ ୫ ଜଣ ବିଦେଶ ଫେରନ୍ତା ରହଛନ୍ତି । ସମସ୍ତଙ୍କର କଣ୍ଟାକ୍ଟ ଟ୍ରେସିଂ କରାଯାଉଛି । ୨୭୮ଟି ସାମ୍ପଲ୍‌ ଜିନମ୍‌ ସିକ୍ଵେନସିଂ ପାଇଁ ଯାଇଥିଲା । ସେଥିରୁ ୨୪ ଜଣ ଓମିକ୍ରିନ୍‌ ଆକ୍ରାନ୍ତ ବୋଲି ଜଣାପଡିଛି । ଏହା ମୋ’ଟ ସାମ୍ପଲର ୧୨ ପ୍ରତିଶତ ରହିଛି। ଓଡ଼ିଶାରେ ଓମିକ୍ରିନ ଆକ୍ରାନ୍ତ ସଂଖ୍ୟା ୬୧ରେ ପହଞ୍ଚିଛି,’’ କହିଛନ୍ତି ସ୍ବାସ୍ଥ୍ୟ ନିର୍ଦ୍ଦେଶକ ବିଜୟ ମହାପାତ୍ର ।

ଏହା ବି ପଢ଼ନ୍ତୁ |
ଏବେ Aadhaar ନମ୍ବର୍ଯୋଡ଼ାଯିବ Voter Id ସହିତ; Election Laws Amendment Bill ପାସ୍ ହେଲା

ଗତ ସପ୍ତାହକ ମଧ୍ୟରେ ଓଡ଼ିଶାରେ ଓମିକ୍ରନ୍‌ ଆକ୍ରାନ୍ତଙ୍କ ସଂଖ୍ୟା ଲଗାତର ବଢ଼ି ଚାଲିଛି । ଡିସେମ୍ବର ୨୧ ତାରିଖରେ ୨ ଜଣ, ଡିସେମ୍ବର ୨୩ ତାରିଖରେ ୨ ଜଣ, ଡିସେମ୍ବର ୨୬ ତାରିଖରେ ୪ ଜଣ, ଡିସେମ୍ବର ୨୯ ତାରିଖରେ ଜଣେ, ଡିସେମ୍ବର ୩୦ ତାରିଖରେ ୫ ଜଣ, ଜାନୁଆରୀ ୨ ତାରିଖରେ ୨୩ ଜଣ ଓ ଜାନୁଆରୀ ୫ ତାରିଖରେ ୨୪ ଜଣ ଓମିକ୍ରନ୍‌ ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି ।

ଏହା ବି ପଢ଼ନ୍ତୁ |
CDS Bipin Rawat Death: ‘‘ବିପିନ ରାୱତ ବଞ୍ଚିଥିଲେ, ପାଣି ମାଗିଥିଲେ,’’ କହିଲେ ଜଣେ ପ୍ରତ୍ୟକ୍ଷଦର୍ଶୀ

ଉଭୟ କରୋନା ଆକ୍ରାନ୍ତ ଓ ଓମିକ୍ରନ୍‌ ଆକ୍ରାନ୍ତଙ୍କ ସଂଖ୍ୟାରେ ଲଗାତର ବୃଦ୍ଧି ଘଟୁଥିବାରୁ ସ୍ୱାସ୍ଥ୍ୟ ବିଭାଗର ଅଧିକାରୀମାନେ ଚିନ୍ତାରେ ପଡ଼ିଛନ୍ତି । ସେଇଥି ପାଇଁ ସରକାର ବୁଧବାର ସନ୍ଧ୍ୟାରେ କଟକଣାକୁ ଆହୁରି ବଢ଼େଇ ଦେଇଛନ୍ତି ଓ ରାତ୍ରିକାଳୀନ କର୍ଫ୍ୟୁକୁ ରାତି ୯ଟାରୁ ଆରମ୍ଭ କରିବାକୁ ନୂଆ ନିୟମ ଜାରି କରିଛନ୍ତି ।

ଏହା ବି ପଢ଼ନ୍ତୁ ଦେଖନ୍ତୁ VIDEO |
Vicky Kaushal Katrina Kaif Wedding: ଖୁସିରେ ନାଚିଲେ କରଣ ଜୋହର ଫରାହ ଖାନ୍, VIDEO ଛାଡ଼ିଲେ

ଓଡ଼ିଶାରେ ଆଗାମୀ ଦିନରେ ଆକ୍ରାନ୍ତଙ୍କ ସଂଖ୍ୟା ଆହୁରି ବୃଦ୍ଧି ପାଇବାର ସମ୍ଭାବନା ରହିଛି ବୋଲି କହିଛନ୍ତି ବିଶେଷଜ୍ଞମାନେ । ଲଗାତର ଆକ୍ରାନ୍ତଙ୍କ ସଂଖା ବଢ଼ୁଥିବାରୁ ଏହାକୁ ତୃତୀୟ ଲହର ବୋଲି କହିଛନ୍ତି ବିଶେଷଜ୍ଞମାନେ । ଓମିକ୍ରନ୍‌ ଡେଲ୍ଟାଠାରୁ ତିନି-ଚାରି ଗୁଣ ଅଧିକ ସଂକ୍ରାମକ ଓ ଭୟଙ୍କର ବୋଲି ସେମାନେ କହିଛନ୍ତି । ତେଣୁ ଏଥିରେ ଅଧିକ ଲୋକ ସଂକ୍ରମିତ ହେବାର ସମ୍ଭାବନା ରହିଛି । କିନ୍ତୁ ଆଶ୍ୱସ୍ତିକର କଥା ହେଉଛି ଯେ ଓମିକ୍ରନରେ ଆକ୍ରାନ୍ତ ରୋଗୀମାନେ ବେଶୀ ଗୁରୁତର ହେଉନାହାନ୍ତି ।

ଏହା ବି ପଢ଼ନ୍ତୁ |
Omicron: ଏହି ସବୁ ଉପାୟ କରି ଆପଣ ପିଲାମାନଙ୍କୁ ମାରାତ୍ମକ ସଂକ୍ରମଣରୁ ସୁରକ୍ଷିତ ରଖିପାରିବେ

ଗତ ୨୪ ଘଣ୍ଟା ମଧ୍ୟରେ ରାଜ୍ୟରେ ଦିନକରେ ୧,୨୧୬ ଜଣ କରୋନା ଆକ୍ରାନ୍ତ ଚିହ୍ନଟ ହୋଇଥିବା ବେଳେ ଦୁଇ ଜଣ କରୋନା ଆକ୍ରାନ୍ତ ଆଖି ବୁଜିଛନ୍ତି । ୧,୨୧୬ ନୂଆ କରୋନା ଆକ୍ରାନ୍ତଙ୍କ ମଧ୍ୟରୁ କ୍ୱାରେଣ୍ଟିନ କେନ୍ଦ୍ରରୁ ୭୧୦ ଜଣ ଚିହ୍ନଟ ହୋଇଥିବା ବେଳେ ବାକି ୫୦୬ ଜଣ ସ୍ଥାନୀୟ ଆକ୍ରାନ୍ତ ବୋଲି କହିଛନ୍ତି ସ୍ୱାସ୍ଥ୍ୟ ନିର୍ଦ୍ଦେଶକ ବିଜୟ ମହାପାତ୍ର ।

ଏହା ବି ପଢ଼ନ୍ତୁ |
ଦୁଇ ହଜାର ଟଙ୍କିଆ ନୋଟ୍ ବଜାରରେ କାହିଁକି ଦେଖିବାକୁ ମିଳୁନି? ଏବେ ଜଣା ପଡ଼ିଲା କାରଣ

‘‘ରାଜ୍ୟରେ ସଂକ୍ରମଣ ଯେମିତି ବଢୁଛି, ପୂର୍ବରୁ ବି ଅନ୍ୟ ରାଜ୍ୟରେ ଏମିତି ସଂକ୍ରମଣ ବଢ଼ୁଥିଲା । ବର୍ତ୍ତମାନ ଟ୍ରାନ୍ସମିସନ୍‌ ହାର ଅଧିକ ରହୁଛି । ବର୍ତ୍ତମାନ ଯେମିତି ସଂକ୍ରମଣ ବଢୁଛି ତାହା ଦିଲ୍ଲୀ ପରି ବଢି଼ବ ବୋଲି ଆଶଙ୍କା ରହିବା ଆବଶ୍ୟକ । ପଜିଟିଭିଟି ହାର ୧ ପ୍ରତିଶତ ଉପରକୁ ଗଲାଣି । ଟ୍ରାନ୍ସମିସନ୍‌ ଚେନ୍‌ ବ୍ରେକ୍‌ କରିବା ପାଇଁ ଉଦ୍ୟମ କରାଯାଉଛି । ମୁଖ୍ୟ ମନ୍ତ୍ରୀଙ୍କ ନିର୍ଦ୍ଦେଶ ପରେ ଚିକିତ୍ସା ଭିତ୍ତିଭୂମି ବଢ଼ାଯିବ । ଔଷଧ ଓ ଅକ୍ସିଜେନ୍‌ ଭିତ୍ତିଭୂମି ସଜାଡ଼ିବା ପାଇଁ ଆମେ ପ୍ରସ୍ତୁତ ହେଉଛୁ । ଫାଇଭ୍‌ ଟି ଉପରେ ଗୁରୁତ୍ୱ ଦେଇ ସ୍ୱାସ୍ଥ୍ୟ ବିଭାଗ କାର୍ଯ୍ୟ କରୁଛି । ସ୍ୱାସ୍ଥ୍ୟ ଭିତ୍ତିଭୂମି ବଢ଼ାଇବା ସହ ଟେଷ୍ଟିଂ, ଟ୍ରାକିଂ ଓ ଟିକାକରଣ ଉପରେ ଗୁରୁତ୍ୱ ଦିଆଯାଉଛି,’’ କହିଛନ୍ତି ମହାପାତ୍ର ।

ଏହା ବି ପଢ଼ନ୍ତୁ ଦେଖନ୍ତୁ ଫଟୋ |
ଲାଲ୍ଶାଢ଼ୀ ପିନ୍ଧି ଉତ୍ତାପ ବଢ଼ାଇଦେଲେ ଏହି ଅଭିନେତ୍ରୀ; ତାଙ୍କ ସବୁ ପୋଜ୍ରେ ଫ୍ୟାନ୍ମାନେ ଦିୱାନା ହେଲେ

ସଂକ୍ରମଣ ରୋକିବା ପାଇଁ ଭିଡ଼ ଏଡ଼ାଇବା ସହ ମାସ୍କ ପିନ୍ଧିବା ଜରୁରୀ ବୋଲି କହିଛନ୍ତି ବିଶେଷଜ୍ଞମାନେ । ଏବେ ଦୈନିକ ୬୦,୦୦୦ରୁ ୭୦,୦୦୦ ଟେଷ୍ଟ୍‌ କରାଯାଉଛି । ଦିତୀୟ ଲହର ପିକ୍‌ ଥିବା ସମୟରେ ହସପିଟାଲଗୁଡ଼ିକରେ ଯେତିକି ବେଡ୍‌ ଓ ଭିତ୍ତିଭୂମି ଥିଲା ସେହି ଅନୁସାରେ ସବୁ ପ୍ରାଇଭେଟ୍‌ ଓ ସରକାରୀ ହସ୍ପିଟାଲରେ ପ୍ରସ୍ତୁତି ଚାଲିଛି ।

ନ୍ୟୁଜ୍ ୧୮ ଓଡ଼ିଆରେ ବ୍ରେକିଙ୍ଗ୍ ନ୍ୟୁଜ୍ ପଢ଼ିବାରେ ପ୍ରଥମ ହୁଅନ୍ତୁ| ଆଜିର ସର୍ବଶେଷ ଖବର, ଲାଇଭ୍ ନ୍ୟୁଜ୍ ଅପଡେଟ୍, ନ୍ୟୁଜ୍ ୧୮ ଓଡ଼ିଆ ୱେବସାଇଟରେ ସବୁଠାରୁ ନିର୍ଭରଯୋଗ୍ୟ ଓଡ଼ିଆ ଖବର ପଢ଼ନ୍ତୁ ।
କମ୍ପାନୀ କହିଛି ଯେ ଯଦିଓ ଏହି ସମୟରେ 5G ବଜାରକୁ ଆସିଛି, ଆମେ କୌଣସି ପ୍ରକାରେ ଆମର ଯୋଜନାକୁ ମହଙ୍ଗା କରିବୁ ନାହିଁ । ଆମ ପାଇଁ ଆମ ଗ୍ରାହକଙ୍କଠାରୁ କେହି ବଡ଼ ନୁହଁନ୍ତି । ସେମାନଙ୍କ ଅଭିଜ୍ଞତାକୁ ଉନ୍ନତ କରିବା ପାଇଁ ଆମେ ଆମର ସେବାକୁ ଉନ୍ନତ କରିବା ଜାରି ରଖିବୁ

Source link

Author: