ସାମୁହିକ ନବ ବର୍ଷ ପାଳନ ମନା; କଟକରେ କଟକଣା ଲାଗୁ କରିବାକୁ ମୁତୟନ ହେଲେ ୧୨ ପ୍ଲାଟୁନ୍ ପୋଲିସ

IAS Coaching

News18 Odia Digital

କଟକ: ମାତ୍ର କେଇ ଘଣ୍ଟାର ଅପେକ୍ଷା ପରେ ବିଦଳିଯିବ କ୍ୟାଲେଣ୍ଡରର ପୃଷ୍ଠା ଓ ବର୍ଷ ୨୦୨୧ ବିଦାୟ ନେଇ ନୂଆ ବର୍ଷ ୨୦୨୨ ଆସିବ । ହେଲେ କୋଭିଡ କଟକଣା ଲାଗୁ ହୋଇଥିବାରୁ କଟକରେ ଏ ଥର ସାମୁହିକ ନବ ବର୍ଷ ପାଳନକୁ ମନା କରାଯାଇଛି । ଡିସେମ୍ବର ୩୧ ତାରିଖରୁ ଜାନୁଆରୀ ୨ ତାରିଖ ପର୍ଯ୍ୟନ୍ତ ରାଜ୍ୟ ସରକାର ଲାଗୁ କରିଥିବା କଟକଣାର ପ୍ରଭାବ ସହରରେ ଦେଖିବାକୁ ମିଳିଲାଣି ।

ରାଜ୍ୟ ସରକାର ଜାରି କରି ଥିବା କଟକଣାକୁ ପାଳନ କରିବା ପାଇଁ କମିଶନରେଟ ପୋଲିସ ନିଜ ପ୍ରସ୍ତୁତି ଶେଷ କରିଛି । ଫଳ ସ୍ବରୂପ ୩୧ ତାରିଖ ତାରିଖ ସନ୍ଧ୍ୟାରୁ ହିଁ କଟକ ସହରରେ ଲାଗିବାକୁ ଯାଉଛି ନାଇଟ୍‌ କର୍ଫ୍ୟୁ । ଜାନୁଆରି ୨ ସକାଳ ପର୍ଯ୍ୟନ୍ତ ବଳବତ୍ତର ରହିବାକୁ ଥିବା ଏହି ନାଇଟ୍‌ କର୍ଫ୍ୟୁକୁ କଡ଼ାକଡ଼ି ଭାବେ ପାଳନ କରାଯିବ ବୋଲି କହିଛନ୍ତି ପୋଲିସ ଅଧିକାରୀମାନେ । ଏଥି ପାଇଁ ସହରର ପ୍ରମୁଖ ଛକଗୁଡ଼ିକରେ ଚେକ୍ ପୋଷ୍ଟ କରାଯାଇଛି ଓ କଟକର ସବୁ ଥାନାକୁ ଆଲର୍ଟରେ ରଖାଯାଇଛି । ନାଇଟ୍‌ କର୍ଫ୍ୟୁ  ବେଳେ ସହର ସାରା ପାଟ୍ରୋଲିଂ କରିବ ପୋଲିସ । ସହରର ଭିତରେ ପିସିଆର ଭ୍ୟାନ୍‌ ସହିତ ବାଇକ୍‌ ପିସିଆର ମଧ୍ୟ ନିୟମିତ ଭାବେ ତନଖି ଜାରି ରଖିବ ।

ଏହା ବି ପଢ଼ନ୍ତୁ |
Gold ଅଳଙ୍କାର ବିକିବା ଏବେ ଜୁଏଲର୍ସମାନଙ୍କୁ ଭାରି ପଡ଼ିବ; ଦେଶର ୨୫୬ ସହରରେ ଲାଗୁ ହେଲା ଆଇନ

‘‘୩୧ ତାରିଖ ସନ୍ଧ୍ୟାରୁ କଟକ ସହରରେ ନାଇଟ୍‌ କର୍ଫ୍ୟୁ କାର୍ଯ୍ୟକାରୀ କରାଯିବ । ଏହି ସମୟରେ ସହରରେ ୧୨ ପ୍ଲାଟୁନ ପୋଲିସ ଫୋର୍ସ ମୁତୟନ କରାଯାଇଛି । ଜିରୋ ନାଇଟ୍‌ ସେଲିବ୍ରେସନ୍‌ ଉପରେ କଟକଣା ଲାଗିଥିବାରୁ ସହରର ସବୁ କ୍ଲବ୍‌ ଓ ରେଷ୍ଟୁରାଣ୍ଟରେ ଯେମିତି କୌଣସି ପ୍ରକାର ଉତ୍ସବ ପାଳନ କରା ନ ଯାଏ ସେଥି ପ୍ରତି କ୍ଲବ୍‌ ଓ ରେଷ୍ଟୁରାଣ୍ଟଗୁଡ଼ିକୁ ଅବଗତ କରାଯାଇଛି । ଯେଉଁମାନେ ବି ନିୟମ ଖିଲାପ କରିବେ ସେମାନଙ୍କ ବିରୁଦ୍ଧର ଆଇନଗତ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବ,’’ କହିଛନ୍ତି କଟକ ଡି.ସ.ପି. ପ୍ରତୀକ ସିଂ।

ମା’ ଗଡ଼ଚଣ୍ଡୀଙ୍କ ମନ୍ଦିର

ଏହା ବି ପଢ଼ନ୍ତୁ |
ଗୋଟିଏ ଲିଟର୍ ପେଟ୍ରୋଲ୍ ଡିଜେଲ୍ ଦାମ୍ରୁ କେତେ ଟଙ୍କା ଆଦାୟ କରୁଛି କେନ୍ଦ୍ର ସରକାର? ଜାଣନ୍ତୁ

ନୂଆ ବର୍ଷ ଉପଲକ୍ଷେ ବିଭିନ୍ନ ସ୍ଥାନରେ ଲୋକଙ୍କ ପ୍ରବଳ ଭିଡ଼ ହେବ ବୋଲି ଆଶଙ୍କା କରି କଟକ ମହାନଗର ନିଗମ (ସି.ଏମ୍‌.ସି.) ମଧ୍ୟ ନିଜ ଆଡ଼ୁ ପଦକ୍ଷେପ ଗ୍ରହଣ କରିଛି । ୩୧ ତାରିଖରୁ ୨ ତାରିଖ ପର୍ଯ୍ୟନ୍ତ ସହରର ସବୁ ଧର୍ମାନୁଷ୍ଠାନରେ ସର୍ବସାଧାରଣଙ୍କ ପ୍ରବେଶ ଉପରେ କଟକଣା ଲଗାଇଛି ସି.ଏମ୍‌.ସି. । ଏହି ସମୟ ମଧ୍ୟରେ ଧାର୍ମାନୁଷ୍ଠାନଗୁଡ଼ିକରେ କେବଳ ନୀତିକାନ୍ତି ସମ୍ପୂର୍ଣ୍ଣ କରିବା ପାଇଁ ପୂଜକ, ପାଦ୍ରି ବା ମୌଲବୀଙ୍କ ଭଳି କର୍ମକର୍ତ୍ତାମାନେ ଉପସ୍ଥିତ ରହିବେ । ସେମାନଙ୍କ ସଂଖ୍ୟା ମଧ୍ୟ ସୀମିତ ରଖିବା ପାଇଁ ନିର୍ଦ୍ଦେଶନାମା ଜାରି କରିଛି ସି.ଏମ୍‌.ସି.।

ଏହା ବି ପଢ଼ନ୍ତୁ ଦେଖନ୍ତୁ VIDEO |
ଯୌତୁକ ମୃତ୍ୟୁଅଭିଯୋଗ ପରେ ଆସିଲା ଏହି VIDEO; ପତ୍ନୀ ସ୍ୱାମୀଙ୍କୁ ପିଟୁଥିବା ଦେଖାଗଲା

‘‘କୋଭିଡ୍‌ ସଂକ୍ରମଣ ଯେମିତି ବୃଦ୍ଧି ପାଉଛି ତାକୁ ଦେଖି ରାଜ୍ୟ ସରକାର ଏହି ନିର୍ଦ୍ଦେଶନାମା ଜାରି କରିଛନ୍ତି । ଆମେ ଏହାକୁ ସ୍ବାଗତ କରୁଛୁ । ଏପରି ହେବା ଦରକାର । ନୁଆ ବର୍ଷ ଉତ୍ସବକୁ ଏ ବର୍ଷ ନ ହେଲେ ଆର ବର୍ଷକୁ ପାଳନ କରାଯାଇ ପାରିବ,’’ କହିଛନ୍ତି କଟକ ବାସିନ୍ଦା ଭବାନୀ ସାହୁ ।

ନ୍ୟୁଜ୍ ୧୮ ଓଡ଼ିଆରେ ବ୍ରେକିଙ୍ଗ୍ ନ୍ୟୁଜ୍ ପଢ଼ିବାରେ ପ୍ରଥମ ହୁଅନ୍ତୁ| ଆଜିର ସର୍ବଶେଷ ଖବର, ଲାଇଭ୍ ନ୍ୟୁଜ୍ ଅପଡେଟ୍, ନ୍ୟୁଜ୍ ୧୮ ଓଡ଼ିଆ ୱେବସାଇଟରେ ସବୁଠାରୁ ନିର୍ଭରଯୋଗ୍ୟ ଓଡ଼ିଆ ଖବର ପଢ଼ନ୍ତୁ ।
କମ୍ପାନୀ କହିଛି ଯେ ଯଦିଓ ଏହି ସମୟରେ 5G ବଜାରକୁ ଆସିଛି, ଆମେ କୌଣସି ପ୍ରକାରେ ଆମର ଯୋଜନାକୁ ମହଙ୍ଗା କରିବୁ ନାହିଁ । ଆମ ପାଇଁ ଆମ ଗ୍ରାହକଙ୍କଠାରୁ କେହି ବଡ଼ ନୁହଁନ୍ତି । ସେମାନଙ୍କ ଅଭିଜ୍ଞତାକୁ ଉନ୍ନତ କରିବା ପାଇଁ ଆମେ ଆମର ସେବାକୁ ଉନ୍ନତ କରିବା ଜାରି ରଖିବୁ

Source link

Author: