ସିକନ୍ଦରବାଦ ରେ ବନ୍ଧା ପଡିଛି ଓଡ଼ିଆ ଯୁବକ

IAS Coaching

ବାରିପଦା -୧୭/୨ – ମୟୂରଭଞ୍ଜ ଜିଲ୍ଲା ସାରସକଣା ବ୍ଲକ ଅନ୍ତର୍ଗତ ବାଣବେଡା ଗ୍ରାମର ବୁଧୁ ଦେହୁରୀ (30) ସିକନ୍ଦରବାଦ ସ୍ଥିତ ଏକ ମେଡ଼ିସିନ କମ୍ପାନୀରେ କାମ କରିବା ପାଇଁ ପ୍ରାୟ ୧୪ ମାସ ପୂର୍ବରୁ ଯାଇଥିଲେ। କେନ୍ଦ୍ରାପଡା ଜିଲ୍ଲାର ତପନ ଦାସ ନାମକ ଜଣେ ବ୍ୟକ୍ତି ତାଙ୍କୁ ଏହି କାମ ଠିକ କରିଦେଇଥିଲେ।କିନ୍ତୁ ବର୍ତ୍ତମାନ ସେ ଘରକୁ ଫେରିବା ପାଇଁ କମ୍ପାନୀ ନିକଟରେ ଯେତେ ଗୁହାରିକଲେ ମଧ୍ୟ ତାଙ୍କୁ କମ୍ପାନୀ ଛାଡୁ ନ ଥିବାର କଥା ଫୋନ ଯୋଗେ ଘର ଲୋକଙ୍କୁ ଜଣାଇ ଥିଲେ।ତାଙ୍କ ସ୍ତ୍ରୀ ଧାନୀ ଦେହୁରୀ ଙ୍କ କହିବା ଅନୁଯାୟୀ କିଛିଦିନ ପୂର୍ବରୁ ତାଙ୍କ ସ୍ୱାମୀ ଲୁଚି ପଳାଇ ଆସିବାକୁ ଚେଷ୍ଟା କରିଥିଲେ ମଧ୍ୟ କମ୍ପାନୀ ଲୋକେ ତାଙ୍କୁ ଜୋର ଜବରଦସ୍ତ ତାଙ୍କୁ ଉଠାଇ ନେଇଥିଲେ।ସ୍ୱାମୀର ଜୀବନ ପ୍ରତି ବିପଦ ଥିବାରୁ ଆଜି ତାଙ୍କ ପରିବାର ପକ୍ଷରୁ ବାରିପଦା ସ୍ଥିତ ଶ୍ରମ ଅଧିକାରୀଙ୍କ କାର୍ଯ୍ୟାଳୟରେ ଏକ ଲିଖିତ ଅଭିଯୋଗ କରାଯାଇଅଛି।ପରିବାର ପକ୍ଷରୁ ବୁଧୁକୁ ଯଥାଶୀଘ୍ର ଫେରାଇ ଆଣିବାକୁ ନିବେଦନ କରାଯାଇଛି।