ବାମନଘାଟି ଉପଖଣ୍ଡ ପ୍ରତି ଉଭୟ କେନ୍ଦ୍ର ଓ ରାଜ୍ୟର ନିମ୍ନଲିଖିତ ଅବହେଳା ପ୍ରସଙ୍ଗ ନେଇ ଆଜିଠାରୁ ଆରମ୍ଭ ହୋଇଛି ଭଞ୍ଜସେନାର “ଜନସଚେତନତା ସାଇକେଲ ରାଲି”

IAS Coaching

ବାମନଘାଟି ଉପଖଣ୍ଡ ପ୍ରତି ଉଭୟ କେନ୍ଦ୍ର ଓ ରାଜ୍ୟର ନିମ୍ନଲିଖିତ ଅବହେଳା ପ୍ରସଙ୍ଗ ନେଇ ଆଜିଠାରୁ ଆରମ୍ଭ ହୋଇଛି ଭଞ୍ଜସେନାର “ଜନସଚେତନତା ସାଇକେଲ ରାଲି”

୦୪/୦୩(ବାରିପଦା)-:ଆଦିବାସୀ ବହୁଳ ଅଖଣ୍ଡ ମୟୁରଭଞ୍ଜର ଚାରି ଗୋଟି ଉପଖଣ୍ଡ ମଧ୍ୟରୁ ବାମନଘାଟି ଉପଖଣ୍ଡ ହେଉଛି ଅନ୍ୟ ଉପଖଣ୍ଡ ଅପେକ୍ଷା ସର୍ବାଧିକ ଆଦିବାସୀ ବହୁଳ ଏବଂ ଲୌହ ଖଣିଜ ସମ୍ପଦଭରା ଅଞ୍ଚଳ, ବାରମ୍ବାର ଦାବୀ ସତ୍ୱେ ବିକାଶର ପାଦ ଆଜିପର୍ଯ୍ୟନ୍ତ ଏ ଅଞ୍ଚଳରେ ପଡିନାହିଁ |ସବୁକ୍ଷେତ୍ରରେ ସରକାରୀ ଅବହେଳା, ନିର୍ବାଚିତ ପ୍ରତିନିଧି ଙ୍କ ଅପାରଗତା ତଥା ଆପଣମାନଙ୍କ ସରଳତା ଯୋଗୁଁ ଏହି ଉପଖଣ୍ଡରେ ଆଜି ମୌଳିକ ସମସ୍ୟା ସମାଧାନ କରିବା ପାଇଁ ରାଜରାସ୍ତାକୁ ଆସିବାକୁ ପଡୁଛି |
ପ୍ରମୁଖ ଦାବୀ ଗୁଡିକ ମଧ୍ୟରେ ଥିଲା -:
1/ ବାମନଘାଟି ଉପଖଣ୍ଡରେ ଥିବା ସମସ୍ତ ଛୋଟବଡ଼ ସ୍ୱାସ୍ଥ୍ୟକେନ୍ଦ୍ରରେ ଅଭାବୀ ଅଭିଜ୍ଞ ଡାକ୍ତର ଓ କର୍ମଚାରୀ ପଦବୀ ପୂରଣ କରିବା ସହିତ ଉପଖଣ୍ଡ ମୁଖ୍ୟ ରାଇରଙ୍ଗପୁର ହସ୍ପିଟାଲ କୁ ସୁପର ସ୍ପେସାଲିଷ୍ଟ ହସ୍ପିଟାଲ ଭାବେ ନିର୍ମାଣ କରିବା |
2/ବାମନଘାଟି ଉପଖଣ୍ଡରେ ଏକ କେନ୍ଦ୍ରୀୟ ଆଦିବାସୀ ବିଶ୍ୱବିଦ୍ୟାଳୟ ଗଠନ କରାଯାଉ|
3/ଅତିରିକ୍ତ ଜିଲ୍ଲାପାଳଙ୍କୁ ଆର୍ଥିକ କ୍ଷମତା ପ୍ରଦାନ କରାଯାଉ, ଯଦ୍ୱାରା ଉପଖଣ୍ଡର ପ୍ରତ୍ୟେକ ଉନ୍ନତି ମୂଳକ କାର୍ଯ୍ୟ ତ୍ୱରାନ୍ୱିତ ହୋଇପାରିବ ଓ ତାସହିତ ସରକାରୀ ଯୋଜନାକୁ ଅଧିକ ସାଧାରଣ ଜନତାଙ୍କ ପାଖେ ପହଞ୍ଚାଇବା ପାଇଁ ବାମନଘାଟି ଉପଖଣ୍ଡ ଅଧୀନରେ ଥିବା ସାତ ଗୋଟି ବ୍ଲକ ରୁ ଦଶ ରୁ ବାର ଗୋଟି ବ୍ଲକ କରାଯାଉ, ଅର୍ଥାତ ବ୍ଲକ ସଂଖ୍ୟା ବୃଦ୍ଧି କରାଯାଉ ଏବଂ ବହଳଦା କୁ ଏନଏସି ର ମାନ୍ୟତା ପ୍ରଦାନ କରାଯାଉ |
4/ଜିଲ୍ଲା ଖଣିଜ ପାଣ୍ଠି (ଡ଼ିଏମଏଫ ) କୁ କେବଳ ଖଣି ପ୍ରଭାବିତ ଅଞ୍ଚଳର ସ୍ୱାସ୍ଥ୍ୟ, ଶିକ୍ଷା ଏବଂ ପରିବେଶ ସନ୍ତୁଳନ ଉପରେ ଖର୍ଚ୍ଚ କରାଯାଉ |
5/ଆଦିବାସୀ ବହୁଳ ବାମନଘାଟି ଉପଖଣ୍ଡର ଆଦିବାସୀ ଜନଜାତିଙ୍କୁ ସମାଜର ମୁଖ୍ୟ ସ୍ରୋତରେ ସାମିଲ କରିବା ପାଇଁ ପ୍ରକୃତ କାର୍ଯ୍ୟ କରିବା ପରିବର୍ତ୍ତେ କେବଳ ଠିକାଦାରୀ କାର୍ଯ୍ୟ କୁ ପ୍ରାଥମିକତା ପ୍ରଦାନ କରିଆସୁଥିବା ରାଇରଙ୍ଗପୁର ଆଇ.ଟିଡି.ଏ କୁ ତାର ପ୍ରକୃତ କାର୍ଯ୍ୟ କରିବା ପାଇଁ ନିର୍ଦେଶ ପ୍ରଦାନ କରାଯାଉ ଏବଂ ଚାଲୁଥିବା କାର୍ଯ୍ୟର ଏକ ଉଚ୍ଚ ସ୍ତରୀୟ ତଦନ୍ତ କରାଯାଉ 6/ଫୁଟବଲ ଖେଳର ଏନ୍ତୁଡ଼ିଶାଳ ହେଉଛି ମୟୁରଭଞ୍ଜ, ଆଉ କେବଳ ଆଦିବାସୀ ଯୁବକ ଯୁବତୀ ମାନେ ହିଁ ଫୁଟବଲ ଖେଳିଥାନ୍ତି ତେଣୁ ସର୍ବାଧିକ ଆଦୃତ ଆଦିବାସୀ ବହୁଳ ମୟୁରଭଞ୍ଜର ବାମନଘାଟି ଉପଖଣ୍ଡରେ ହିଁ ଯଥାଶୀଘ୍ର ଫୁଟବଲ ଏକାଡେମୀ ପ୍ରତିଷ୍ଠା କରାଯାଉ |
7/(A)ଦୀର୍ଘଦିନରୁ ରାଇରଙ୍ଗପୁର ମ୍ୟୁନିସିପାଲିଟି ଦ୍ୱାରା ସମ୍ପାଦନ ହୋଇଆସୁଥିବା ଅଧାପନ୍ତରିଆ ଓ ନିମ୍ନମାନର ପୋଖରୀ ସୌନ୍ଦର୍ଯ୍ୟକରଣ କାର୍ଯ୍ୟ କୁ ତୁରନ୍ତ ସଠିକ ଭାବେ ସମ୍ପାଦନ କରିବା ସହିତ(B) ରାଇରଙ୍ଗପୁର ସହରରେ ପାଞ୍ଚ ବର୍ଷ ଧରି ନିର୍ମାଣ କାର୍ଯ୍ୟ ଚାଲିଥିବା ଏକମାତ୍ର ମହତାବ ଭବନ (ଟାଉନ ହଲ) କୁ ଯଥାଶୀଘ୍ର ପୂର୍ଣ୍ଣାଙ୍ଗ କରାଯାଉ
8/1963ରେ ସ୍ଥାପିତ ରାଇରଙ୍ଗପୁର କଲେଜକୁ ସରକାର ତୁରନ୍ତ ହାତକୁ ନେଉ |
9/ବାମନଘାଟି ଉପଖଣ୍ଡରେ ତୁରନ୍ତ ଏକ ଖଣିଜ ଭିତ୍ତିକ ଲୌହ ଶିଳ୍ପ ପ୍ରତିଷ୍ଠା ସହିତ ପଡୋଶୀ ଝାଡ଼ଖଣ୍ଡ କୁ ପ୍ରତିଦିନ ହେଉଥିବା ଖଣିଜ ଓ ଲଘୁ ଖଣିଜ ଦ୍ରବ୍ୟ ଚୋରା ଚାଲାଣ ରୋକାଯାଉ
10/ ପ୍ରସ୍ତାବିତ ଭାଲୁବସା -ପୁରୁଣାପାଣି ବାଇପାସ ରୋଡ କାର୍ଯ୍ୟ ଅତିଶୀଘ୍ର ଆରମ୍ଭ କରାଯାଉ, ଏବଂ ଜନଗହଳି ସମୟରେ ରାଇରଙ୍ଗପୁର ସହର ମଧ୍ୟରେ ଭାରୀଯାନ ଚଳାଚଳ ସଂମ୍ପୂର୍ଣ ଭାବେ ବନ୍ଦ କରାଯାଉ |
11/ ବାଙ୍ଗିରିପୋଷି -ଗୋରୁମହିଷାଣୀ, ବାଦାମପାହାଡ଼ -କେନ୍ଦୁଝର ନୂତନ ରେଳପଥ ନିର୍ମାଣ ର ଘୋଷଣା ତୁରନ୍ତ କରାଯାଉ |
12/ ରାଇରଙ୍ଗପୁର ପୋଷ୍ଟାଲ ଡିଭିଜନ ରେ ତୁରନ୍ତ ରେଗୁଲାର ପୋଷ୍ଟାଲ ସୁପରିଟେଣ୍ଡେଣ୍ଟ ନିଯୁକ୍ତି ପ୍ରଦାନ କରାଯିବା, ପାସପୋର୍ଟ ସହାୟତା କେନ୍ଦ୍ର ଏବଂ ବହୁ ଦିନରୁ ଆକାମୀ ହୋଇ ପଡିରହିଥିବା ଆଧାର ସେଣ୍ଟର କୁ ପୁନର୍ବାର କାର୍ଯ୍ୟକାରୀ କରାଯାଉ, ଇତ୍ୟାଦି

ଏଣୁ ପୂର୍ବଘୋଷିତ କାର୍ଯ୍ୟକ୍ରମ ଅନୁଯାୟୀ ଆଜି ଭଞ୍ଜସେନା ଜିଲ୍ଲା ଆଦିବାସୀ ଶାଖା ସଭାପତି ବାଜୁନ ହାଁସଦାଙ୍କ ତତ୍ୱାବଧାନତାରେ ଏବଂ ବାମନଘାଟି ଉପଖଣ୍ଡ ଆଦିବାସୀ ଶାଖା ସଭାପତି ସୁନ୍ଦର ମୋହନ ଟୁଡୁଙ୍କ ନେତୃତ୍ୱରେ ଆଜି ସଖାଳ 10.30ଘଟିକା ସମୟରୁ ରାଇରଙ୍ଗପୁର ବ୍ଲକ ଗୋରୁମହିଷାଣୀ ବଜାର ସ୍ଥିତ ସହୀଦ ବିର୍ସା ମୁଣ୍ଡାଙ୍କ ପ୍ରତିମୂର୍ତ୍ତି ରେ ମାଲ୍ୟାର୍ପଣ ଓ ପୂଜାର୍ଚ୍ଚନା ସାରି ପ୍ରଥମଦିନର ଜଣସଚେତନତା ସାଇକେଲ ରାଲି ତିରିଂ ଅଭିମୁଖେ ବାହାରିଥିଲା |ରାସ୍ତାର ବିଭିନ୍ନ ସ୍ଥାନରେ ସାଇକେଲ ଯାତ୍ରୀଙ୍କୁ ସ୍ୱାଗତ ସମ୍ବର୍ଦ୍ଧନା କରାଯାଇଥିଲା ଏବଂ ତାସହିତ ଦାବୀ ସମ୍ବଳିତ ଦାବିପତ୍ର ମଧ୍ୟ ସଂଗଠନ ପକ୍ଷରୁ ସାଧାରଣ ଜନତାଙ୍କୁ ପ୍ରଦାନ କରି ବାମନଘାଟି ଉପଖଣ୍ଡ ପ୍ରତି ଉଭୟ କେନ୍ଦ୍ର ଓ ରାଜ୍ୟ କିଭଳି କ୍ରମାଗତ ଭାବେ ଅବହେଳା କରିଚାଲିଛନ୍ତି, ସେବାବଦରେ ସାଧାରଣ ଜନତାଙ୍କୁ ଅବଗତ କରିଥିଲେ |ସର୍ବୋମୋଟ ପାଞ୍ଚ ରୁ ଛଅ ଦିନ ଚାଲିବ ଏହି ପଦଯାତ୍ରା |
ବାମନଘାଟି ଉପଖଣ୍ଡ ଆଦିବାସୀ ଶାଖା ସଭାପତି ସୁନ୍ଦର ମୋହନ ଟୁଡୁଙ୍କ ସମେତ ସାଇକେଲ ଆରୋହୀଙ୍କ ମଧ୍ୟରେ ଆଦିବାସୀ ଶାଖା ଜିଲ୍ଲା କାର୍ଯ୍ୟକାରୀ ସଭାପତି ଗୋବିନ୍ଦ ମୁର୍ମୁ,ଜାମଦା ବ୍ଲକ ସମ୍ପାଦକ ଭାଗବତ ହେମ୍ବ୍ରମ,ସୁନୀଲ ବାସ୍କେ,ଶ୍ରୀରାମ ମୁର୍ମୁ, ରୟା ମୁର୍ମୁ,ସିପାଲ ହାଁସଦା,ସୁନୀଲ ମୁର୍ମୁ, କରନ ମୁର୍ମୁ,ଫାଗୁ ମୁର୍ମୁ, ରାମ ମୁର୍ମୁ,କ୍ରିଷ୍ଣା ମାରାଣ୍ଡି,ମାନସିଂ ମୁର୍ମୁ ପ୍ରମୁଖ ଙ୍କ ସମେତ ଆହୁରି ବହୁ ଯୁବ ସଂଗଠକ ମାନେ ସାମିଲ ଥିଲେ ବୋଲି ମୁଖପାତ୍ର ମାନସ ବେହେରା ଏକ ପ୍ରେସ ବିବୃତ୍ତିରେ ଦେଇଛନ୍ତି