ବାଙ୍ଗିରିପୋଷି ଘାଟିରେ ପୁଣି ଘଟିଲା ଦୁର୍ଘଟଣା….

IAS Coaching

0୭/୦୩(ବାଙ୍ଗିରିପୋଷି)ଦ୍ୱାରସୁଣୀ ଘାଟିରେ ପୁଣି ଘଟିଛି ଏକ ଦୁର୍ଘଟଣା। ବେପରୁଆ ଗାଡି ଚାଳନା ନେଇ ଘଟିଛି ଦୁର୍ଘଟଣା। ବାରିପଦା ରୁ ଯଶିପୁର ଯାଉଥିବା ରାଧାମାଧବ ନାମକ ଘରେଇ ବସଟି ବିଶୋଇ ପଟୁ ଆସୁଥିବା ଏକ ଟ୍ରକ ଦେହରେ ବାଡେଇ ହୋଇଥିଲା। ବସ ଚାଳକଙ୍କ ଅସାବଧାନତା ହେତୁ ଵାମରୁ ଡାହାଣକୁ ଯାଇ ଟ୍ରକଦେହରେ ପିଟିହୋଇ ଦୁର୍ଘଟଣା ଘଟେଇ ଥିଲା। ତେବେ ବସରେ ଥିବା ସମସ୍ତ ଯାତ୍ରୀ ସୁରକ୍ଷିତ ଅଛନ୍ତି ବୋଲି ସୂଚନା ମିଳିଛି।