ନିଶା ନିବାରଣ ଅଭିଯାନ ରାଲିରେ ତାତିଲେ ମହିଳା.. ଗାଁରେ ପଶି ଭାଙ୍ଗିଲେ ମଦ ଭାଟି..

IAS Coaching

ନିଶା ନିବାରଣ ଅଭିଯାନ ରାଲିରେ ତାତିଲେ ମହିଳା.. ଗାଁରେ ପଶି ଭାଙ୍ଗିଲେ ମଦ ଭାଟି..

୨୦/୦୩ – ମଦ ବିରୋଧୀ ଶୋଭାଯାତ୍ରା କରୁଥିଲେ ଆଉ ମଦ ଦେଇଥିବା ଯନ୍ତ୍ରଣାକୁ ମନେ ପକାଇ ତାତିଲେ ମହିଳା ଶେଷରେ ଗ୍ରାମ ଭିତରେ ପଶି ଗ୍ରାମ ଜଙ୍ଗଲ ଭିତରେ ଚାଲିଥିବା ଚୋରା ମଦ ପ୍ରସ୍ତୁତି ଭାଟି କୁ ନଷ୍ଟ କରିଲେ ଯିଏ ଯେମିତି ପାରିଲା ଭାଙ୍ଗି ଚାଲିଲା, କିଏ ଦେଶୀ ମଦ ପାଇଁ ରଖାଯାଇଥିବା ପୋଚ କୁ ନଷ୍ଟ କରିଲା, ଏଭଳି ଚିତ୍ର ଦେଖିବାକୁ ମିଳିଛି କପ୍ତିପଦା ଥାନା ଜଡ଼ିଦା ଗ୍ରାମରେ ଆଜି ନିଖିଳ ଭାରତ ଗଣତାନ୍ତ୍ରିକ ମହିଳା ସଂଗଠନ ପକ୍ଷରୁ ଗ୍ରାମରେ ମଦ ବିରୋଧୀ ଶୋଭାଯାତ୍ରା ଚାଲିଥିଲା, ଶୋଭାଯାତ୍ରା ପରେ ମହିଳାମାନେ ଗ୍ରାମ ଭିତରେ ଚୋରା ମଦ ପ୍ରସ୍ତୁତ ହେଇଥିବା ଜାଣିବାକୁ ପାଇଥିଲେ ଏହା ପରେ ତାତିଥିଲେ ମହିଳା,ଜଙ୍ଗଲରେ ପଶି ଚାଲିଥିବା ଦେଶୀ ମଦ ପ୍ରସ୍ତୁତି ଭାଟି ଭାଙ୍ଗିଥିଲେ ବ୍ୟାପକ ଭାବେ ପୋଚ ନଷ୍ଟ କରିବା ସହିତ ମଦ ପ୍ରସ୍ତୁତି ସରଞ୍ଜାମ ନଷ୍ଟ କରିଥିଲେ ଏହା ସହିତ ତୁରନ୍ତ ଚାଲିଥିବା ମଦ ଭାଟି ଗୁଡିକୁ ବନ୍ଦ କରିବାକୁ ଦାବି କରିଛନ୍ତି ମହିଳାମାନେ ଯଦି ମଦ ବେପାର ବନ୍ଦ କରା ନ ଯାଏ ତେବେ ଆଗାମୀ ଦିନରେ ପରିସ୍ଥିତି ଭୟାବହ ହେବ ବୋଲି ଚେତାବନୀ ଦେଇଛନ୍ତି ଆନ୍ଦୋଳନରତ ମହିଳା।