ନିଶା ନେଲା ଅଭିନେତା ଚନ୍ଦନ କରଙ୍କ ଜୀବନ….

IAS Coaching

ନିଶା ନେଲା ଅଭିନେତା ଚନ୍ଦନ କରଙ୍କ ଜୀବନ
ଭୁବନେଶ୍ୱର : ନିଶା ଖାଇ ରୋଗାଗ୍ରସ୍ତ ହେଲେ ଅଭିନେତା ଚନ୍ଦନ କର। ଏଥିରେ ତାଙ୍କ ଅବସ୍ଥା ସଙ୍କଟାପନ୍ନ ହେଲା। ଗୁରୁତର ଅବସ୍ଥାରେ ଆମ୍ବୁଲାନ୍ସ ରେ ଡାକ୍ତରଖାନା ଅଣାଗଲା। ଆମ୍ବୁଲାନ୍ସ କର୍ମଚାରୀ ତାଙ୍କୁ ଡାକ୍ତରଖାନା ନେଲେ। ସେଠାରେ ଡାକ୍ତର ଅଭିନେତାଙ୍କୁ ମୃତ ଘୋଷଣା କଲେ।
ନିଜର ପ୍ରିୟ ଅଭିନେତାଙ୍କୁ ହରାଇ ଆଖପାଖରେ ଥିବା ଲୋକେ ସେଠାକୁ ଧାଇଁ ଆସି ଭିଡ଼ ଜମାଇବାକୁ ଲାଗିଥିଲେ । ଖବରପାଇ ପୋଲିସ ମଧ୍ୟ ପହଞ୍ଚିଯାଇଥିଲା। ପରିବେଶ ସମ୍ପୂର୍ଣ୍ଣ ଭାବେ ଶୋକାକୂଳ ପରିସ୍ଥିତି ସୃଷ୍ଟି ହୋଇଥିଲା ।
ଉପରୋକ୍ତ ସଂଳାପ ପଢି ଭାବିଲେ କି ଏହା ସତ ଘଟଣା। ଏହା ଥିଲା ଆଗାମୀ ଦିନରେ ଶୁଭମୁକ୍ତି କରିବାକୁ ଯାଉଥିବା ଫିଲ୍ମ ‘ଆସକ୍ତ’ର ଦୃଶ୍ୟ। ଏଭଳି ଏକ ଦୃଶ୍ୟର ସୁଟିଂ ଆଜି ସ୍ଥାନୀୟ ଭୁବନେଶ୍ୱରସ୍ଥିତ ସମ୍ ହସ୍ପିଟାଲ ନିକଟ ସାଆଁପୁରରେ ହୋଇଥିଲା। ଯାହାକୁ ନିଖୁଣ ଭାବେ ଅଭିନୟ କରିଥିଲେ ଓଡ଼ିଆ ଅଭିନେତା ଚନ୍ଦନ କର। ଏହାର ସୁଟିଂ ଦେଖିବାକୁ ମଧ୍ୟ ସୁଟିଂ ସେଟ ନିକଟରେ ପ୍ରବଳ ଭିଡ଼ ଲାଗି ରହିଥିଲା।
୨୦୦୫ରେ ବାବୁ ଆଇଲଭୟୁରୁ ନିଜର କ୍ୟାରିୟର ଆରମ୍ଭ କରିଥିଲେ ଚନ୍ଦନ କର l ନିଜର ବଳିଷ୍ଠ ଅଭିନୟ ପାଇଁ ସେ ବେଶ ପରିଚିତ l ସବୁବେଳେ କିଛି ଭିନ୍ନ ଚରିତ୍ରରେ ସେ ଆସିଥାନ୍ତି । ନାୟକଠାରୁ ଖଳନାୟକ ସବୁ ଚରିତ୍ରକୁ ବେଶ୍ ନିଖୁଣ ଭାବେ ନିଭାଇ ପାରନ୍ତି ସେ ।