ମାଇନିଂ ଗାଡି ଭାଙ୍ଗିଲେ ବାଲି ମାଫିଆ, ମୟୂରଭଞ୍ଜ

IAS Coaching

ମାଇନିଂ ଗାଡି ଭାଙ୍ଗିଲେ ବାଲିମାଫିଆ ।

ମୟୂରଭଞ୍ଜ(୦୫/୦୪) ବେଆଇନ ବାଲି ଉତ୍ତୋଳନକାରୀ ମାନଙ୍କ ଦ୍ବାରା ଗୋଟିଏ ଦିନରେ ମୟୂରଭଞ୍ଜ ଜିଲ୍ଲାର ବାରିପଦା ଓ ତିରିଙ୍ଗ ଠାରେ ଦୁଇଟି ପୃଥକ ଆକ୍ରମଣ ମାମଲା ଦେଖିବାକୁ ମିଳିଛି। ଉଭୟ ତିରିଙ୍ଗ ଏବଂ ବାରିପଦାର ମାଇନିଙ୍ଗ ଅଧିକାରୀ ଙ୍କ ଉପରେ ଆକ୍ରମଣ କରିଛନ୍ତି ବେଆଇନ ଚାଲାଣ କାରୀ ।ମିଳିଥିବା ସୂଚନା ଅନୁଯାୟୀ ବାରିପଦା ସହର ସନ୍ନିକଟ ରେ ଥିବା କରତବସା ନିକଟରେ ଏକ ବେଆଇନ ବାଲି ଗାଡ଼ି ଜବତ କରି ତା ନିକଟରୁ ୩୦ ହଜାର ୬୧୨ ଟଙ୍କା ଜରିମାନା ଆଦାୟ କରିଥିଲେ ମାଇନିଂ ବିଭାଗ। ଏହାପରେ ମାଇନିଙ୍ଗ ଅଧିକାରୀ ଦିଲ୍ଲିପ କୁମାର ମାହାନ୍ନା ଏବଂ ତାଙ୍କର କର୍ମଚାରୀମାନେ ଅନ୍ୟ ଏକ ସ୍ଥାନକୁ ଯିବାକୁ ବାହାରୁଥିବା ସମୟରେ ପଛପଟୁ ସେମାନଙ୍କ ଉପରକୁ ପଥର ଫିଙ୍ଗି ଆକ୍ରମଣ କରିଥିଲେ ମାଫିଆ। ଏ ସମ୍ପର୍କରେ ବାରିପଦା ଟାଉନ ଥାନା ରେ ମାମଲା ରୁଜୁ କରାଯାଇ ତଦନ୍ତ ଜାରୀ ରହିଛି। ଅନୁରୂପ ଭାବରେ ଅନ୍ୟ ଜଣେ ମାଇନିଙ୍ଗ ଅଧିକାରୀ ଉଦୟଭାନୁ ସାହୁ ଙ୍କ ଉପରେ ତିରିଙ୍ଗ ଅଂଚଳରେ ମଧ୍ୟ ଆକ୍ରମଣ ହୋଇଛି। ଅନ୍ୟ ଏକ ମାମଲା ତିରିଙ୍ଗ ଥାନା ରେ ରୁଜୁ କରାଯାଇଛି।ତେବେ ବାରିପଦା ସହର ତଥା ଶାମାଖୁଣ୍ଟା ଓ କୁଳିଅଣା ବ୍ଲକ ରେ ବାଲି ଚୋରା ଚାଲାଣ ଉଗ୍ରରୂପ ଧାରଣ କରିଛି।