ଭଞ୍ଜସେନାରେ ଯୋଗ ଦେଲେ ଭଞ୍ଜବୀର ସୁନାରାମ ସୋରେନଙ୍କ ନାତୁଣୀ ସୋନାଲି ସୋରେନ…

IAS Coaching

ଭଞ୍ଜସେନା ରେ ଯୋଗ ଦେଲେ ଭଞବୀର ସୁନାରାମ ସୋରେନଙ୍କ ନାତୁଣୀ ସୋନାଲି ସୋରେନ।।।
ଆଜି ପବିତ୍ର ରଥଯାତ୍ରା ଅବସରରେ ଭଞ୍ଜସେନା ବାମନଘାଟି ଆଦିବାସୀ ଶାଖା ପକ୍ଷରୁ ଆୟୋଜିତ ଏକ କାର୍ଯ୍ୟକ୍ରମରେ ମହାନ ଆଦିବାସୀ ସ୍ବାଧୀନତା ସଂଗ୍ରାମୀ ତଥା ଓଡ଼ିଶା ସରକାରଙ୍କ ପୂର୍ବତନ ଆଦିବାସୀ କଲ୍ୟାଣ ମନ୍ତ୍ରୀ ଭଞ୍ଜବୀର ସୁନାରାମ ସୋରେନଙ୍କ ନାତୁଣୀ ସୋନାଲି ସୋରେନ ବିଧିବଦ୍ଧ ଭାବେ ଭଞ୍ଜସେନାରେ ଯୋଗଦାନ କରିଛନ୍ତି। ଭଞ୍ଜସେନା ପ୍ରତିଷ୍ଠାତା କଳିଙ୍ଗ କେଶରୀ ଜେନାଙ୍କ ଆହ୍ବାନ କ୍ରମେ ଜିଲ୍ଲା ଆଦିବାସୀ ଶାଖା ସଭାପତି ବାଜୁନ ହାଁସଦା ସୁଶ୍ରୀ ସୋନାଲି ସୋରେନଙ୍କୁ ପୁଷ୍ପ ଗୁଚ୍ଛ ଦେଇ ସ୍ବାଗତ ସମ୍ବର୍ଦ୍ଧନା ଜ୍ଞାପନ କରିଥିଲେ। ଆଜିର କାର୍ଯ୍ୟକ୍ରମରେ ବାମନଘାଟି ଉପଖଣ୍ଡ ଆଦିବାସୀ ଶାଖା ସଭାପତି ସୁନ୍ଦର ମୋହନ ଟୁଡୁ ଏବଂ ଜାମଦା ବ୍ଲକ ସଭାପତି ଭାଗବତ ହେମ୍ବ୍ରମ ଉପସ୍ଥିତ ଥିଲେ।