ହାତୀ ମୃତ୍ୟୁ ଅଭିଯୋଗରେ ୩ ଜଣଙ୍କୁ ଗିରଫ କରିଲା ବନ ବିଭାଗ ।

IAS Coaching

ହାତୀ ମୃତ୍ୟୁ ଅଭିଯୋଗରେ ୩ ଜଣଙ୍କୁ ଗିରଫ କରିଲା ବନ ବିଭାଗ ।

ବାରିପଦା – ଗତ ଦୁଇଦିନ ତଳେ ମୟୁରଭଞ୍ଜ ଜିଲ୍ଲାର ରାସଗୋବିନ୍ଦପୁର ରେଞ୍ଜ ଅଧିନ ନାକୀଚୁଆ ଗ୍ରାମରେ ଏକ ୧୦ ବର୍ଷୀୟା ମାଈ ହାତୀର ମୃତ ଦେହ ଠାବ ହୋଇଥିଲା । ତେବେ ସୂଚନା ପାଇ ଘଟଣା ସ୍ଥଳରେ ବନବିଭାଗ ପହଞ୍ଚି ସ୍ଥିତିର ଅନୁଧ୍ୟାନ କରି ମୃତ ହାତୀ ପଡିଥିବା ସ୍ଥାନରେ କିଛି ଖୋଲା GI ତାର ପଡିଥିବା ଦେଖି ବିଦ୍ୟୁତ ଆଘାତ ଜନିତ ମୃତ୍ୟୁ ଘଟିଥିବା ନେଇ ସନ୍ଦେହ ବ୍ୟକ୍ତ କରି ତଦନ୍ତ ଆରମ୍ଭ କରିଥିଲା । ଅନ୍ୟପକ୍ଷରେ ଭୁବନେଶ୍ୱର ରୁ ଏକ ସ୍ୱତନ୍ତ୍ର ଟିମ ଏବଂ ଶିମିଳିପାଳ ଡିଭିଜନରୁ ଅଧିକାରୀମାନେ ଆସି ତନ ତନ କରି ସମ୍ପୂର୍ଣ ଅଞ୍ଚଳକୁ ପରଖିଥିବା ବେଳେ ହାତୀ ମୃତ୍ୟୁରେ ସ୍ଥାନୀୟ ଲୋକଙ୍କ ସମ୍ପୃକ୍ତି ଥିବା ଜାଣିବାକୁ ପାଇଥିଲେ , ତେବେ ୩ ଟି ଘରର ବାଡ଼ ଚାରିପାଖେ ବିଦ୍ୟୁତ ସଂଯୋଗ କରିଥିବା ଏବଂ ବିଦ୍ୟୁତ ସଂଯୋଗରେ ବ୍ୟବହୃତ ଖୋଲା GI ତାର କୁ ଜବତ କରିଥିଲା ବନ ବିଭାଗ । ତେବେ ଆଜି ବନ ବିଭାଗର ଏକ ସ୍ୱତନ୍ତ୍ର ଏନଫର୍ଶ୍ୱମେଣ୍ଟ ଟିମ ଚଢ଼ାଉ କରି ଘଟଣାରେ ସମୃକ୍ତ ୩ ଅଭିଯୁକ୍ତ ବିରୁ ହାନ୍ସଦା , ସିଂରାୟ ହାନ୍ସଦା , ତୋଫାନ ହାନ୍ସଦା କୁ ୱାଇଲଡ଼ ଲାଇଫ ଆକ୍ଟରେ ମାମଲା ରୁଜୁ କରି ଗିରଫ କରିଥିବା ସୂଚନା ଦେଇଛନ୍ତି ରାସଗୋବିନ୍ଦପୁର ରେଞ୍ଜର ଘନଶ୍ୟାମ ସିଂ ଏବଂ ଏସିଏଫ ରବୀନ୍ଦ୍ର କୁମାର ମହାନ୍ତି । ଅନ୍ୟପକ୍ଷରେ ଏ ପରି ଘଟଣା ଜିଲ୍ଲାରେ ପ୍ରଥମ ଥର ହୋଇଥିବାରୁ ଭବିଷ୍ୟତରେ ଏ ଭଳି ଘଟଣାକୁ ଏଡ଼ାଇବା ପାଇଁ ଦୃଢ଼ କାର୍ଯ୍ୟାନୁଷ୍ଠାନ ନେବା ସହ ଟିମ ଗଠନ କରି ହାତୀ ଚଲାପଥ ଅଞ୍ଚଳ ଗୁଡିକରେ ନିୟମିତ ଚଢ଼ାଉ କରି ଯାଞ୍ଚ କରାଯିବ ବୋଲି ପ୍ରତିକ୍ରିୟା ରେ କହିଛନ୍ତି ।

ବାଇଟ – ରବୀନ୍ଦ୍ର କୁମାର ମହାନ୍ତି , ଏସିଏଫ