ଘୋରେଇ କଳିରୁ ହତ୍ୟା।।

IAS Coaching

ବାରିପଦା – ପିଶାଚ ସ୍ୱାମୀ , ବାହାହେଲା ସ୍ତ୍ରୀ କୁ ଅମାନୁଷିକ ଭାବେ ନିଆଁ ଚେଙ୍କ ଦେଇଚାଲିଲା ଓ ଶେଷରେ ପଥରରେ ଛେଚି ହତ୍ୟା କଲା।ଏପରି ଏକ ଅମାନୁଷିକ ଘଟଣା ଘଟିଯାଇଛି ମୟୂରଭଞ୍ଜ ଜିଲ୍ଲା
ଗୋପବନ୍ଧୁ ନଗର ବ୍ଲକ , ଖୁଣ୍ଟା ଥାନା ଅଧୀନ ବାଲିଯୋଡ଼ା ଗ୍ରାମର ଜଣେ ବ୍ୟକ୍ତି ତା ସ୍ତ୍ରୀକୁ ହତ୍ୟା କରି ଫେରାର ଅଛି। ମିଳିଥିବା ସୂଚନା ଅନୁସାରେ ଉକ୍ତ ଗ୍ରାମର ଶୁକଦେବ ସିଂ ନାମକ ଜଣେ ବ୍ୟକ୍ତି ଗତ ରାତିରେ ତାର ସ୍ତ୍ରୀ କୁନି ମଣି ସିଂ(୪୦)ଙ୍କୁ ଶରୀରରେ ବିଭିନ୍ନ ସ୍ଥାନରେ ଚେଙ୍କ ଦେବା ସହିତ ପଥରରେ ଛେଚିଂ ହତ୍ୟା କରିଛି। ଅଭିଯୋଗ ପାଇବା ପରେ ପୋଲିସ ମର ଶରୀରକୁ ବ୍ୟବଚ୍ଛେଦ ପାଇଁ ପଠାଇଛି। ସ୍ୱାମୀ ଫେରାର ଥିବାରୁ ମୃତ୍ୟୁର ରହସ୍ୟ ଜଣା ପଡିବ ନାହିଁ ବୋଲି ପୋଲିସ କହିଛି। ମୃତକଙ୍କର ୨ଟି ପୁତ୍ର ସନ୍ତାନ ଅଛି।