ତୃତୀୟ ଥରପାଇଁ ସମଗ୍ର ଓଡିଶା ରେଙ୍କିଙ୍ଗ ରେ ପ୍ରଥମ ୧୦ଜଣରେ ପୁଣି ଡିଭାଇନ୍

IAS Coaching

ବାରିପଦା ସହର ର ଉପକଣ୍ଠ ରେ ଅବସ୍ଥିତ ଅତ୍ୟାଧୁନିକ ବୈଷୟିକ ଶିକ୍ଷାନୁଷ୍ଠାନ ଡିଭାଇନ୍ ଇନଷ୍ଟିଟ୍ୟୁଟ୍ ଅଫ୍ ଇଞ୍ଜିନିୟରିଙ୍ଗ ଏଣ୍ଡ ଟେକ୍ନୋଲୋଜି କୁ ଆଜି ଓଡିଶା ସରକାରଙ୍କ ଅଧୀନରେ ଥିବା ବୈଷୟିକ ଶିକ୍ଷା ଓ ପ୍ରଶିକ୍ଷଣ ପରିଷଦ ଦ୍ଵାରା ଆୟୋଜିତ ଏକ ସମ୍ମୀଳନୀରେ ଦକ୍ଷତା ବିକାଶ ଓ ବୈଷୟିକ ଶିକ୍ଷା ମନ୍ତ୍ରୀ ସମ୍ପଦ ଚନ୍ଦ୍ର ସ୍ଵାଇଁ, ଅଧ୍ୟକ୍ଷ ଉଷା ପାଢୀ, ନିର୍ଦ୍ଦେଶକ ରଘୁ ଜୀ, ନିଯୁକ୍ତି ନିର୍ଦ୍ଦେଶକା ରଶ୍ମିତ ନାୟକ ଓ କ୍ଵାଲିଟି କଣ୍ଟ୍ରୋଲ ଅଫ ଇଣ୍ଡିଆର କାର୍ଯ୍ୟକାରୀ ନିର୍ଦ୍ଦେଶକ ଡିଭାଇନ୍ କୁ ଓଡିଶାର ସମସ୍ତ ସରକାରୀ ଓ ବେସରକାରୀ ୧୩୨ଟି ଡିପ୍ଲୋମା ଅନୁଷ୍ଠାନ ମଧ୍ୟରୁ ଶ୍ରେଷ୍ଠ ଦଶମ ସ୍ଥାନ ଅଧିକାର କରିଛି ବୋଲି ଘୋଷଣା କରିଛନ୍ତି । ଏହା ସୂଚନା ଯୋଗ୍ୟ ଯେ ଏହି ଅନୁଷ୍ଠାନ ଗତବର୍ଷ ଏବଂ ପୂର୍ବ ବର୍ଷ ସମଗ୍ର ରାଜ୍ୟରେ ଶ୍ରେଷ୍ଠ ଦଶମ ସ୍ଥାନ ମଧ୍ୟରେ ସ୍ଥାନ ଅଧିକାର କରିଥିଲା।୨୦୦୯ ରେ ନିଜର ନୂତନ କଳେବର ନେଇ ଆରମ୍ଭ ହୋଇଥିବା ଏହି ଶିକ୍ଷାନୁଷ୍ଠାନ ମାତ୍ର ୧୬ ବର୍ଷ ମଧ୍ୟରେ ବହୁ ରାଜ୍ୟସ୍ତରୀୟ ତଥା ଜାତୀୟ ସ୍ତରରେ ସ୍ଵିକୃତୀ ପ୍ରାପ୍ତ ହୋଇ ଉଚ୍ଚମାନର ଶିକ୍ଷା , ନିଯୁକ୍ତି , ଦକ୍ଷତା ବୃଦ୍ଧି ତଥା ସବୁଜିମାର ବିକାଶ ପାଇଁ ଦେଶ ତଥା ରାଜ୍ୟସ୍ତରରେ ପୁରଷ୍କୃତ ହୋଇଅଛି ।ମେକାନିକାଲ୍, ଇଲେକ୍ଟ୍ରିକାଲ୍ , ସିଭିଲ୍, ଏବଂ ମେକାନିକାଲ୍ ଏଣ୍ଡ ଇଲେକ୍ଟ୍ରିକାଲ୍ ବିଭାଗରେ ସମୁଦାୟ ବର୍ଷ କୁ ୩୬୦ ଜଣ ଛାତ୍ର ଛାତ୍ରୀ ମାନଙ୍କ ପାଇଁ ପଢ଼ିବାର ବ୍ୟବସ୍ଥା କରାଯାଇଛି ।୨୦୦୯ ମସିହାରେ ଆରମ୍ଭ ହୋଇଥିବା ଡିଭାଇନ୍ ଡିପ୍ଲୋମା ଏବେ ଡିଭାଇନ୍ ଗ୍ରୁପ ଅଫ୍ ଇନଷ୍ଟିଟ୍ୟୁସନ୍ ରେ ପରିଣତ ହୋଇ +୨ ବିଜ୍ଞାନ,B.sc. Nursing, G.N.M. ଇତ୍ୟାଦି ବିଷୟରେ ଶିକ୍ଷାଦାନ ପାଇଁ ରାଜ୍ୟ ସରକାରଙ୍କ ଠାରୁ ଅନୁମୋଦନ ପ୍ରାପ୍ତ କରିଛି। ଆନ୍ତର୍ଜାତୀୟ କମ୍ପାନୀ ସ୍ନାଇଡର , ବୋସ୍ଚ , ଏବଂ ଜାତୀୟ କମ୍ପାନୀ ଟାଟା ମୋଟର୍ସ , ଫୋର୍ସ ମୋଟର୍ସ , ମାରୁତି, ଏସ୍ କେ ଏଫ୍, ମାଣ୍ଡୋ , ଲୁମାସ୍କ ,ଆଇ ଆଇ ଟି (ଦିଲ୍ଲୀ) ଭଳି ସୁନାମଧନ୍ୟ ଅନୁଷ୍ଠାନ ମାନଙ୍କ ସହ ଯୋଡି ହୋଇ ଦକ୍ଷତା ବିକାଶ ତଥା ଚାକିରୀ ପାଇଁ ସୁଯୋଗ ଉନ୍ମୁକ୍ତ କରିବା ସହ ସେହି ସବୁ କମ୍ପାନୀ ମାନଙ୍କରେ ୧୯ ହଜାର ଟଙ୍କା ପର୍ଯ୍ୟନ୍ତ ମାସିକ ଦରମା ପାଇବାର ସୁଯୋଗ ମଧ୍ୟ ପାଉଛନ୍ତି ଯାହାକି ଡିଭାଇନ୍ ପାଇଁ ଗୌରବର ବିଷୟ ।ସବୁଠାରୁ ଗର୍ବର କଥା ଏହି ବର୍ଷ ୬ଜଣ ଛାତ୍ର ଦୁବାଇର ସଫ୍ଟୟାର କମ୍ପାନୀରେ ଚାକିରୀ ପାଇଛନ୍ତି । କ୍ରୀଡା,କଳା ,ସାହିତ୍ୟ ଇତ୍ୟାଦି ରେ ରୁଚି ରଖୁଥିବା ଛାତ୍ର ଛାତ୍ରୀ ମାନଙ୍କ ଦୃଷ୍ଟାନ୍ତ ମୂଳକ ଉନ୍ନତି ପାଇଁ ଡିଭାଇନ୍ ତତ୍ପର । ମେଧାବୀ ଛାତ୍ର ଛାତ୍ରୀ ମାନଙ୍କ ପାଇଁ ମେଧାବୃତ୍ତି ଏବଂ ଦିବ୍ୟାଙ୍ଗ ମାନଙ୍କ ପାଇଁ ସମସ୍ତ ସୁବିଧା ଯୋଗାଇ ସେମାନଙ୍କ ଭବିଷ୍ୟତ କୁ ସୁଗମ୍ୟ ତଥା ସମୃଦ୍ଧ କରାଇବା ଡିଭାଇନ୍ ର ପ୍ରାଥମିକ କର୍ତ୍ତବ୍ୟ ବୋଲି ନିର୍ଦ୍ଦେଶକ ତଥା ଟ୍ରଷ୍ଟି ଇଂ ବିପ୍ଲବ ଭଞ୍ଜନ ବୁଗୁଡାଇ ପ୍ରକାଶ କରିଛନ୍ତି । ମୟୂରଭଞ୍ଜ ଭଳି ଆଦିବାସୀ ଅଧ୍ୟୁଷିତ ଅଞ୍ଚଳରେ ଥାଇ ମଧ୍ୟ ଡିଭାଇନ୍ ର ଯୁଗାନ୍ତକାରୀ ପଦକ୍ଷେପ ପାଇଁ ଆଜି ସମଗ୍ର ଓଡିଶା ରେଙ୍କିଙ୍ଗରେ ସରକାରଙ୍କ ଗୁଣବତ୍ତା ମାନ ନିର୍ଦ୍ଧାରଣ ରେଙ୍କିଙ୍ଗ କାର୍ଯ୍ୟକ୍ରମ ଅଧିନରେ ସମସ୍ତ ସରକାରୀ ଓ ବେସରକାରୀ ପଲିଟେକନିକ୍ ମଧ୍ୟରୁ ଡିଭାଇନ୍ ଟପ୍ ଟେନ୍ ମଧ୍ୟରେ ପୁନର୍ବାର ସ୍ଥାନ ଅଧିକାର କରିବା ଗର୍ବ-ଗୌରବ ତଥା ତ୍ୟାଗର ପରିଚୟ ବୋଲି ପ୍ରତିଷ୍ଠାତା ପୂର୍ଣଚନ୍ଦ୍ର ବୁଗୁଡାଇ ପ୍ରକାଶ କରିବା ସହିତ ଅନୁଷ୍ଠାନ ର ଏହି ବିରଳ କୃତୀତ୍ଵ ପାଇଁ ଅଧ୍ୟକ୍ଷ ଇଂ ଅଭିନ୍ନ କୁମାର ଦାସ, ଉପାଧ୍ୟକ୍ଷ ଇଂ ପ୍ରକାଶ ଚନ୍ଦ୍ର ଶା, ଅଧ୍ୟାପକ,ଅଧ୍ୟାପିକା, ଅନୁଷ୍ଠାନର ସମସ୍ତ କର୍ମଚାରୀ ତଥା ଛାତ୍ର ଛାତ୍ରୀ ଙ୍କୁ ସାଧୁବାଦ ଜଣାଇବା ସହିତ ଅନୁଷ୍ଠାନର ମର୍ଯ୍ୟାଦା ତଥା ମାନକୁ ଅକ୍ଷ୍ୟୁର୍ଣ ରଖିବା ପାଇଁ ଆହ୍ୱାନ ଦେଇଛନ୍ତି।