ସ୍କୁଟି ଓ ବାଇକ ମୁହାଁ ମୁହିଁ ଧକ୍କା , ଘଟଣା ସ୍ଥଳରେ ତିନି ମୃତ।।

୨୯/୦୨(ବଡ଼ସାହି)ସ୍କୁଟି ଓ ବାଇକ ମୁହାଁ ମୁହିଁ ଧକ୍କା , ଘଟଣା ସ୍ଥଳରେ ତିନି ମୃତ।ମୃତକଙ୍କ ମଧ୍ୟରୁ ଦୁଇ ଗୁଡ଼ିଆଲବନ୍ଧ ର ଆକାଶ ବିନ୍ଧାଣି (୨୦) ଓ ଲକ୍ଷ୍ମଣ ସିଂ (୧୯) ହୋଇଥିବା ବେଳେ ଜଣେ ଜଦୁନାଥପୁର ଅଂଚଳର ରାଜେନ ସିଂ (୨୮)ବୋଲି ଜଣାପଡିଛି।ମିଳିଥିବା ସୂଚନା ଅନୁଯାୟୀ ଗୁଡ଼ିଆଲବନ୍ଧ ର ଦୁଇ ଯୁବକ ଏକ ବାଇକ ରେ କେରକ ଆଡକୁ ଯାଉଥିବା ବେଳେ ବିପରୀତ ପଟୁ ସ୍କୁଟିରେ ଆସୁଥିବା ଯୁବକ ଜଣକ ସହ ଧକ୍କା ହୋଇଥିଲା।ଘଟଣା ସ୍ଥଳରେ ତିନିଜଣଙ୍କ … Read more

ଭୋଟ ବର୍ଜନର ଚେତାବନୀ ଦେଲେ ଗ୍ରାମବାସୀ, ସମସ୍ୟାର ସମାଧାନ ନ ହେଲେ ଭୋଟ ବର୍ଜନ କରିବେ ଗୋବିନ୍ଦପୁର ବାସୀ…

୨୮/୨- ଭୋଟ ବର୍ଜନର ଚେତାବନୀ ଦେଲେ ଗ୍ରାମବାସୀ, ସମସ୍ୟାର ସମାଧାନ ନ ହେଲେ ଭୋଟ ବର୍ଜନ କରିବେ ଗୋବିନ୍ଦପୁର ବାସୀ। ଏଭଳି ଏକ ଅଭାବନୀୟ ଘଟଣା ଦେଖିବାକି ମିଳିଛି ମୟୁରଭଞ୍ଜ ଜିଲ୍ଲା ଶାମାଖୁଣ୍ଟା ବ୍ଲକରେ। ଆଜି ୧୦ ଟା ୩୦ ମିନିଟ ସମୟରେ ଗୋବିନ୍ଦପୁର ଅଂଚଳର ଗ୍ରାମବାସୀମାନେ ସେମାନଙ୍କର ମୌଳିକ ସମସ୍ୟାକୁ ନେଇ ଶାମାଖୁଣ୍ଟା ବ୍ଲକ ଘେରାଉ କରିଥିଲେ। ସେମାନଙ୍କ କହିବା କଥା 2011ମସିହାରୁ ଆଜି ପର୍ଯ୍ୟନ୍ତ ଗୋବିନ୍ଦପୁର ଅଂଚଳରେ କାହାକୁ ପ୍ରଧାନମନ୍ତ୍ରୀ ଆବାସ କିମ୍ବା ବିଜୁ … Read more

।ନ୍ୟାୟ ଦାବିରେ ରାଜରାସ୍ତା ଅବୋରାଧ….

ମୋନାଲି କୁ ବୁଲିବାକୁ କରିବାକୁ ଯାଇ ଯୁବକ ମୃତ। ଶାମାଖୁଣ୍ଟା ,୨୬/୨(ଇମିସ) – ହିମାଚଳପ୍ରଦେଶ କୁ ପିକନିକ କରିବାକୁ ଯାଇ ଯୁବକ ମୃତ।ଶାମାଖୁଣ୍ଟା ବ୍ଲକ ଅଧିନ ବାଗଡିହା ଅଂଚଳର।ପରମେଶ୍ୱର ମହାନ୍ତ ତାଙ୍କର ଚାରି ସାଙ୍ଗଙ୍କ ସହିତ 20 ତାରିଖ ଦିନ ମୋନାଲି ର କୂଲୁ କୁ ବୁଲିବାକୁ ଯାଇଥିଲେ।ଆଜି ହଠାତ ତାଙ୍କର ସାଙ୍ଗ ତାଙ୍କର ମୃତୁ ହୋଇଯାଇଥିବାର ଖବର ପରିବାର ଲୋକଙ୍କୁ ଜଣାଇଥିଲେ।ପରିବାର ପକ୍ଷରୁ ଏ ନେଇ ବାରିପଦା ଟାଉନ ଥାନା ରେ ଜଣାଇବା ପରେ ଶବ … Read more

ମୟୁରଭଞ୍ଜ ଜିଲ୍ଲା ପୂର୍ବଭାଗର ନୂତନ ଜିଲ୍ଲା ସଭାପତିଙ୍କ ସମ୍ବର୍ଦ୍ଧନା ଉତ୍ସବ…

୨୩/୦୨-ମଯୁରଭଞ୍ଜ ଜିଲ୍ଲା ପୂର୍ବ ର ନୂତନ ଜିଲ୍ଲା ସଭାପତି ନିରୋଜ ଲୋଚନ ଦାଶ କଂ ସମ୍ବର୍ଦ୍ଧନା ସଭା ବାରିପଦା ର ସ୍ବସ୍ତିକ ମଣ୍ଡପ ଠାରେ କଂଗ୍ରେସ ଦଳ ତରଫରୁ ଅନୁଷ୍ଠିତ ହୋଇଯାଇଛି ।ପ୍ରଥମ ପର୍ଯ୍ୟାୟରେ ରେ ବାଲେଶ୍ବର ଗୋଲେଇ ଠାରୁ ଶତାଧିକ କଂଗ୍ରେସ କର୍ମୀ ଆଦିବାସୀ ପାରମ୍ପାରିକ ନୃତ୍ୟ ରେ ସ୍ବାଗତ କରି ସସ୍ତିକ ମଣ୍ଡପରେ ଅନୁଷ୍ଠିତ ସଭା ସ୍ଥଳ କୁ ପାଛୋଟି ନେଇଥିଲେ କଂଗ୍ରେସ କର୍ମୀ। ଜିଲ୍ଲା ର ସମସ୍ତ ବ୍ଲକ ରୁ ଶତାଧିକ କଂଗ୍ରେସ … Read more

ଭଞ୍ଜସେନାର ଦୃଢ ସଂକଳ୍ପ ଓ ପ୍ରଚେଷ୍ଠା ପାଇଁ ଆଜି ମା ଦ୍ୱାରସୁଣୀ ଘାଟିରେ ପଥର ବ୍ଲାଷ୍ଟିଂ ହୋଇ ପ୍ରଶସ୍ତିକରଣ କାର୍ଯ୍ୟ ଆରମ୍ଭ ହେଲା…

୨୩/୦୨-ଭଞ୍ଜସେନା ପ୍ରତିଷ୍ଠାତା କଳିଙ୍ଗ କେଶରୀ ଜେନାଙ୍କ ଆହ୍ୱାନ କ୍ରମେ କିଛି ବର୍ଷ ଧରି ଦ୍ୱାରସୁଣି ଘାଟିର ବିଭିନ୍ନ ସମସ୍ୟା କୁ ନେଇ ବିଭିନ୍ନ ଉପାୟ ରେ ଭଞ୍ଜସେନା ତାର ଆନ୍ଦୋଳନ କୁ ଜାରି ରାଖିଥିଲା ଯାହା ଦ୍ୱାରା ବିଭିନ୍ନ ସମସ୍ୟା ପୂରଣ ହୋଇଥିଲା ଏବଂ ଆହୁରି କିଛି ବାକିଥିଲା, ଯାହାକି ଭଞ୍ଜସେନା ଦ୍ୱାରା ଚଳିତ ଫେବୃଆରୀ ମାସ ୨ତାରିଖ ଆନ୍ଦୋଳନ ର ଫଳ ସ୍ୱରୂପ ଆଜି ଦ୍ୱାରସୁଣୀ ଘାଟିରେ ପଥର ବ୍ଲାଷ୍ଟିଂ ଆରମ୍ଭ ହୋଇ ଆଗାମୀ ଦିନରେ ଘାଟୀର ପ୍ରଶସ୍ତିକରଣ ପାଇଁ ବାଟ ଖୋଲିଲା ସେଥିପାଇଁ ଧନ୍ୟବାଦ ପାତ୍ର ହେଉଛନ୍ତି ମୟୁରଭଞ୍ଜର ନୂତନ ଜିଲ୍ଲାପାଳ ଏବଂ ଜିଲ୍ଲା ପୋଲିସ ପ୍ରଶାସନ, ସମଗ୍ର ମୟୁରଭଞ୍ଜବାସୀ, ସମଗ୍ର ରାଜ୍ୟର ଡ୍ରାଇଭର ଭାଇ ଏବଂ ସମସ୍ତ ସଚେତନ ଜନସାଧାରଣ ମାନେ | ଆଜିର ଏହି ଖୁସିର ମୁହୂର୍ତ ରେ ସମଗ୍ର ମୟୁରଭଞ୍ଜ ରେ ଥିବା ଭଞ୍ଜସେନା କର୍ମୀ ମାନେ ପରସ୍ପରଙ୍କୁ ସମସ୍ତଙ୍କୁ ମିଠା ଖୁଆଇ ଖୁସି ମନାଇଥିଲେ l
କେବଳ ଭଞ୍ଜସେନାର ଦୀର୍ଘ ଦିନର ନିରବଛିନ୍ନ ଆନ୍ଦୋଳନ ଫଳରେ ମରଣଯନ୍ତା ପାଲଟିଥିବା ଦ୍ୱାରସୁଣୀ ଘାଟୀର ପ୍ରଶସ୍ତିକରଣ କାର୍ଯ୍ୟ ଆରମ୍ଭ ହେବା ପାଇଁ ବାଟ ଖୋଲିଲା |ଆଉ ପ୍ରଶସ୍ତିକରଣ କାର୍ଯ୍ୟ ଶେଷ ନହେବା ପର୍ଯ୍ୟନ୍ତ ଭଞ୍ଜସେନା ତାର ସଂଗ୍ରାମ ଜାରୀ ରଖିବ ବୋଲି ସଂଗଠନ ପକ୍ଷରୁ ମୁଖପାତ୍ର ମାନସ ବେହେରା ଏକ ପ୍ରେସ ବିବୃତ୍ତିରେ ଜଣାଇଛନ୍ତି

ଘରେ ପଶି ସୂଚନା ଓ ଲୋକସଂପର୍କ ଅଧିକାରୀଙ୍କୁ ନିର୍ଘାତ୍ ମାଡ

୨୩/୦୨- ଚାଲିଥିଲା ପୂଜା ଭସାଣୀ । ରାତି ଅଧିକ ହେବାରୁ ଡିଜେ ବନ୍ଦ କରିବାକୁ କହିଥିଲେ, ହେଲେ ଏଥିରେ ଉତକ୍ଷିପ୍ତ ହୋଇ ଘରେ ପଶି ନିର୍ଘାତ୍ ମାଡ ମାରି କରିଲେ ଗୁରୁତର । ଏଭଳି ଘଟଣା ଘଟିଛି ଉଦଳା ଥାନା କୁଅଁରପାଳ ଗ୍ରାମରେ । ନୀଳଗିରୀ ସୂଚନା ଓ ଲୋକସଂପର୍କ ଅଧିକାରୀ ଗୋବର୍ଦ୍ଧନ ବିଶ୍ୱାଳ ମଙ୍ଗଳବାର ରାତିରେ ଘରେ ଥିବା ବେଳେ ରାତି ସାଢେ ୧୦ ଟା ସମୟରେ ସ୍ଥାନୀୟ ଯୁବକ ଅଧିକ ସାଉଣ୍ଡରେ ଡିଜେ ବଜାଇ … Read more

ସଂଦେହ ଘେରରେ ଅବିବାହିତ ଯୁବତୀଙ୍କ ମୃତ୍ୟୁ…

(୨୨/୦୨)ମୟୁରଭଞ୍ଜ ଜିଲ୍ଲା ଠାକୁରମୁଣ୍ଡା ବ୍ଲକ ଅନ୍ତର୍ଗତ କେଶଡିହା ଗ୍ରାମ ପଞ୍ଚାୟତ ଅଧୀନ ମିଟୁଆଣି ଗ୍ରାମର ନାନ୍ଦୁସାହିରେ ସନ୍ଦେହଜନକ ଭାବେ ଗଛ ଡାଳରେ ମୃତ ଯୁବତୀ ଝୁଲୁଥିବାର ଦେଖିବାକୁ ମିଳିଛି।ଘଟଣାରୁ ପ୍ରକାଶ ମିଟୁଆଣି ଗ୍ରାମ ନାନ୍ଦୁସାହିରେ ମୃତ ଯୁବତୀ ଜଣକ ଦାମୋଦର ହୋଙ୍କ ଅବିବାହିତ ଝିଅ ଗୁରୁବାରୀ । ଗୁରୁବାରୀ ଦିନ ମଜୁରିଆ ଭାବେ ବୁଧବାର ଦିନ ଠାକୁରମୁଣ୍ଡା ଆଦର୍ଶ ବିଦ୍ୟାଳୟରେ କାମସାରି ଘରକୁ ଅପରାହ୍ନ ପ୍ରାୟ ୩ ଟା ସମୟରେ ଫେରି ୪ଟାରେ ଠାକୁରମୁଣ୍ଡା ସାପ୍ତାହିକ ହାଟକୁ … Read more

ବାପା ସାଜିଲା ସଇତାନ , ବାପାର ଦୁଷ୍କର୍ମରେ ଅତିଷ୍ଠହୋଇ ଜୀବନ ହାରିଲା ଝିଅ॥

(୨୧/୦୨) ପିତାଙ୍କ ଦ୍ଵାରା ଦୁଷ୍କର୍ମର ଶିକାର ହୋଇ ଜଣେ ନିରୀହ ଝିଅ ଆତ୍ମହତ୍ୟା କରିଛି। ଏଭଳି ଏକ ଅଭାବନୀୟ ଘଟଣା ଦେଖିବାକୁ ମିଳିଛି ପୁରୀ ଜିଲ୍ଲା କୋଣାର୍କ ପାଖ ଏକ ଗ୍ରାମରେ । ସୂଚନା ଅନୁଯାୟୀ ଗତ ଶନିବାର ରାତିରେ ଘରେ ସମସ୍ତେ ଶୋଇବା ପରେ ନିଜ ରୁମରେ ଝିଅଟି ବେକରେ ଦୌଡି ଦେଇ ଆତ୍ମହତ୍ୟା କରିଛନ୍ତି। ପରେ ଝିଅର ମାଆ ନିଜ ଝିଅର ଏ ଅବସ୍ଥା ଦେଖି ସଙ୍ଗେ ସଙ୍ଗେ ତାକୁ ନିକଟସ୍ଥ ଡାକ୍ତର ଖାନାକୁ … Read more