ମୟୁରଭଞ୍ଜ ଜିଲ୍ଲା ପୂର୍ବଭାଗର ନୂତନ ଜିଲ୍ଲା ସଭାପତିଙ୍କ ସମ୍ବର୍ଦ୍ଧନା ଉତ୍ସବ…

୨୩/୦୨-ମଯୁରଭଞ୍ଜ ଜିଲ୍ଲା ପୂର୍ବ ର ନୂତନ ଜିଲ୍ଲା ସଭାପତି ନିରୋଜ ଲୋଚନ ଦାଶ କଂ ସମ୍ବର୍ଦ୍ଧନା ସଭା ବାରିପଦା ର ସ୍ବସ୍ତିକ ମଣ୍ଡପ ଠାରେ କଂଗ୍ରେସ ଦଳ ତରଫରୁ ଅନୁଷ୍ଠିତ ହୋଇଯାଇଛି ।ପ୍ରଥମ ପର୍ଯ୍ୟାୟରେ ରେ ବାଲେଶ୍ବର ଗୋଲେଇ ଠାରୁ ଶତାଧିକ କଂଗ୍ରେସ କର୍ମୀ ଆଦିବାସୀ ପାରମ୍ପାରିକ ନୃତ୍ୟ ରେ ସ୍ବାଗତ କରି ସସ୍ତିକ ମଣ୍ଡପରେ ଅନୁଷ୍ଠିତ ସଭା ସ୍ଥଳ କୁ ପାଛୋଟି ନେଇଥିଲେ କଂଗ୍ରେସ କର୍ମୀ। ଜିଲ୍ଲା ର ସମସ୍ତ ବ୍ଲକ ରୁ ଶତାଧିକ କଂଗ୍ରେସ … Read more

ଭଞ୍ଜସେନାର ଦୃଢ ସଂକଳ୍ପ ଓ ପ୍ରଚେଷ୍ଠା ପାଇଁ ଆଜି ମା ଦ୍ୱାରସୁଣୀ ଘାଟିରେ ପଥର ବ୍ଲାଷ୍ଟିଂ ହୋଇ ପ୍ରଶସ୍ତିକରଣ କାର୍ଯ୍ୟ ଆରମ୍ଭ ହେଲା…

୨୩/୦୨-ଭଞ୍ଜସେନା ପ୍ରତିଷ୍ଠାତା କଳିଙ୍ଗ କେଶରୀ ଜେନାଙ୍କ ଆହ୍ୱାନ କ୍ରମେ କିଛି ବର୍ଷ ଧରି ଦ୍ୱାରସୁଣି ଘାଟିର ବିଭିନ୍ନ ସମସ୍ୟା କୁ ନେଇ ବିଭିନ୍ନ ଉପାୟ ରେ ଭଞ୍ଜସେନା ତାର ଆନ୍ଦୋଳନ କୁ ଜାରି ରାଖିଥିଲା ଯାହା ଦ୍ୱାରା ବିଭିନ୍ନ ସମସ୍ୟା ପୂରଣ ହୋଇଥିଲା ଏବଂ ଆହୁରି କିଛି ବାକିଥିଲା, ଯାହାକି ଭଞ୍ଜସେନା ଦ୍ୱାରା ଚଳିତ ଫେବୃଆରୀ ମାସ ୨ତାରିଖ ଆନ୍ଦୋଳନ ର ଫଳ ସ୍ୱରୂପ ଆଜି ଦ୍ୱାରସୁଣୀ ଘାଟିରେ ପଥର ବ୍ଲାଷ୍ଟିଂ ଆରମ୍ଭ ହୋଇ ଆଗାମୀ ଦିନରେ ଘାଟୀର ପ୍ରଶସ୍ତିକରଣ ପାଇଁ ବାଟ ଖୋଲିଲା ସେଥିପାଇଁ ଧନ୍ୟବାଦ ପାତ୍ର ହେଉଛନ୍ତି ମୟୁରଭଞ୍ଜର ନୂତନ ଜିଲ୍ଲାପାଳ ଏବଂ ଜିଲ୍ଲା ପୋଲିସ ପ୍ରଶାସନ, ସମଗ୍ର ମୟୁରଭଞ୍ଜବାସୀ, ସମଗ୍ର ରାଜ୍ୟର ଡ୍ରାଇଭର ଭାଇ ଏବଂ ସମସ୍ତ ସଚେତନ ଜନସାଧାରଣ ମାନେ | ଆଜିର ଏହି ଖୁସିର ମୁହୂର୍ତ ରେ ସମଗ୍ର ମୟୁରଭଞ୍ଜ ରେ ଥିବା ଭଞ୍ଜସେନା କର୍ମୀ ମାନେ ପରସ୍ପରଙ୍କୁ ସମସ୍ତଙ୍କୁ ମିଠା ଖୁଆଇ ଖୁସି ମନାଇଥିଲେ l
କେବଳ ଭଞ୍ଜସେନାର ଦୀର୍ଘ ଦିନର ନିରବଛିନ୍ନ ଆନ୍ଦୋଳନ ଫଳରେ ମରଣଯନ୍ତା ପାଲଟିଥିବା ଦ୍ୱାରସୁଣୀ ଘାଟୀର ପ୍ରଶସ୍ତିକରଣ କାର୍ଯ୍ୟ ଆରମ୍ଭ ହେବା ପାଇଁ ବାଟ ଖୋଲିଲା |ଆଉ ପ୍ରଶସ୍ତିକରଣ କାର୍ଯ୍ୟ ଶେଷ ନହେବା ପର୍ଯ୍ୟନ୍ତ ଭଞ୍ଜସେନା ତାର ସଂଗ୍ରାମ ଜାରୀ ରଖିବ ବୋଲି ସଂଗଠନ ପକ୍ଷରୁ ମୁଖପାତ୍ର ମାନସ ବେହେରା ଏକ ପ୍ରେସ ବିବୃତ୍ତିରେ ଜଣାଇଛନ୍ତି

ଘରେ ପଶି ସୂଚନା ଓ ଲୋକସଂପର୍କ ଅଧିକାରୀଙ୍କୁ ନିର୍ଘାତ୍ ମାଡ

୨୩/୦୨- ଚାଲିଥିଲା ପୂଜା ଭସାଣୀ । ରାତି ଅଧିକ ହେବାରୁ ଡିଜେ ବନ୍ଦ କରିବାକୁ କହିଥିଲେ, ହେଲେ ଏଥିରେ ଉତକ୍ଷିପ୍ତ ହୋଇ ଘରେ ପଶି ନିର୍ଘାତ୍ ମାଡ ମାରି କରିଲେ ଗୁରୁତର । ଏଭଳି ଘଟଣା ଘଟିଛି ଉଦଳା ଥାନା କୁଅଁରପାଳ ଗ୍ରାମରେ । ନୀଳଗିରୀ ସୂଚନା ଓ ଲୋକସଂପର୍କ ଅଧିକାରୀ ଗୋବର୍ଦ୍ଧନ ବିଶ୍ୱାଳ ମଙ୍ଗଳବାର ରାତିରେ ଘରେ ଥିବା ବେଳେ ରାତି ସାଢେ ୧୦ ଟା ସମୟରେ ସ୍ଥାନୀୟ ଯୁବକ ଅଧିକ ସାଉଣ୍ଡରେ ଡିଜେ ବଜାଇ … Read more