ବାଙ୍ଗିରିପୋଷି ଘାଟିରେ ପୁଣି ଘଟିଲା ଦୁର୍ଘଟଣା….

0୭/୦୩(ବାଙ୍ଗିରିପୋଷି)ଦ୍ୱାରସୁଣୀ ଘାଟିରେ ପୁଣି ଘଟିଛି ଏକ ଦୁର୍ଘଟଣା। ବେପରୁଆ ଗାଡି ଚାଳନା ନେଇ ଘଟିଛି ଦୁର୍ଘଟଣା। ବାରିପଦା ରୁ ଯଶିପୁର ଯାଉଥିବା ରାଧାମାଧବ ନାମକ ଘରେଇ ବସଟି ବିଶୋଇ ପଟୁ ଆସୁଥିବା ଏକ ଟ୍ରକ ଦେହରେ ବାଡେଇ ହୋଇଥିଲା। ବସ ଚାଳକଙ୍କ ଅସାବଧାନତା ହେତୁ ଵାମରୁ ଡାହାଣକୁ ଯାଇ ଟ୍ରକଦେହରେ ପିଟିହୋଇ ଦୁର୍ଘଟଣା ଘଟେଇ ଥିଲା। ତେବେ ବସରେ ଥିବା ସମସ୍ତ ଯାତ୍ରୀ ସୁରକ୍ଷିତ ଅଛନ୍ତି ବୋଲି ସୂଚନା ମିଳିଛି।

ଉଦ୍ଘାଟନ ହେଲା ବିଜୁପଟ୍ଟନାୟକ ଶିଶୁଉଦ୍ୟାନ….

୦୭/0୩(ବାରିପଦା)ଉଦ୍ଘାଟନ ହେଲା ବିଜୁପଟ୍ଟନାୟକ ଶିଶୁଉଦ୍ୟାନ। ଏହି ଉଦ୍ଘାଟନୀ ଉତ୍ସବକୁ ବାରିପଦା ନଗରପାଳ କୃଷ୍ଣାନନ୍ଦ ମହାନ୍ତି ଫିତା କାଟି ଉଦ୍ଘାଟନ କରିଥିଲେ ଏବଂ ତାଙ୍କ ସହିତ ଉପନଗରପାଳ ଓ ବାରିପଦାର ୱାର୍ଡକାଉଁସିଲର ସମେତ ବିଜୁ ଜନତା ଦଳର ଅନେକ କର୍ମୀ ଉପସ୍ଥିତ ଥିଲେ।